ସମାଜ ଡିଜିଟାଲ ଡେସ୍କ: ପୋଲ ଉପରେ ବାଇକ୍, ଚପଲ ରଖି ନଦୀକୁ ଡେଇଁ ପଡ଼ିଲେ ଯୁବକ। କେନ୍ଦ୍ରାପଡ଼ା ଜିଲା ଆଳିଜଙ୍ଗା ପୋଲ ଉପରେ ଶନିବାର ଅପରାହ୍ନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଖବର ପାଇ ଓଡ୍ରାଫ ଟିମ୍ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛି। ହେଲେ ସନ୍ଧ୍ୟା ସୁଦ୍ଧାର ନିଖୋଜ ଯୁବକଙ୍କ ପତ୍ତା ମିଳିପାରି ନାହିଁ।
ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଯୁବକ ଜଣକ ବାଇକରେ ଆସିଥିଲେ। ଗୋବରୀ ନଦୀ ପୋଲ ଉପରେ ହଠାତ୍ ଗାଡ଼ି ବନ୍ଦ କରି ଓହ୍ଲାଇଥିଲେ। ଏହା ପରେ ସେ ନଦୀକୁ ଡେଇଁ ପଡ଼ିଥିଲେ। ଏହା ଦେଖି ସେମାନେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍କୁ ଖବର ଦେଇଥିଲେ।



