ବାଲେଶ୍ଵର: ରାଖୀ ପୂର୍ଣ୍ଣିମାରେ ଅଘଟଣ। ନଦୀରୁ ପାଣି ଉଠାଇବାବେଳେ ଭାସିଗଲେ ଦୁଇ ଭଉଣୀ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଶିଖରପୁରରେ । ମିଳିଥିବର ସୂଚନା ଅନୁଯାୟୀ ଜଳାଭିଶେକ କରିବା ଲାଗି ଶିଖରପୁର ପଞ୍ଚାୟତ ଅନ୍ତର୍ଗତ ଚକହରିପୁରର କିଛି କାଉଡିଆ ଆସିଥିଲେ। ଶିଖରପୁର ଘାଟରେ ସୁବର୍ଣ୍ଣରେଖା ନଦୀରୁ ପାଣି ଉଠାଇବାବେଳେ ଅସାବଧାନତା ଯୋଗୁଁ ଗୋଡ ଖସି ଯିବାରୁ ଦୁଇ ଭାସିଯାଇଥିଲେ। ନିଖୋଜ ଦୁଇ ଭଉଣୀ ନନ୍ଦିତା ଦାସ ଓ ନନ୍ଦିନୀ ଦାସ ବୋଲି ଜଣାପଡିଛି। ଖବର ପାଇ ଜଳେଶ୍ଵର ପୁଲିସ୍ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛନ୍ତି।
Popular Categories



