www.samajalive.in
Monday, December 15, 2025
14.1 C
Bhubaneswar

ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଏସପିଙ୍କୁ ଅଭିଯୋଗ କଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା          

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀ ଲୋନ ଟଙ୍କା ଆଦାୟ ନେଇ ମହିଳା ମାନଙ୍କୁ ବିଭିନ୍ନ ପ୍ରକାର ଧମକ ଦେବା ସହ ଅସଦାଚରଣ କରୁଥିବା ନେଇ ଆଜି ଜିଲ୍ଲାର  ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ଆଦିବାସୀ ମହିଳା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।  ସୂଚନା ମୁତାବକ  ଗ୍ରୁପ ଲୋନ୍ ଠିକ୍ ସମୟରେ ପରିଷଦ ନକରିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧମକ ଦେଉଛନ୍ତି ବିଭିନ୍ନ ଘରୋଇ ବ୍ୟାଙ୍କର କର୍ମଚାରୀ । ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳାମାନେ ସ୍ବଂୟ ସହାୟକ ଗୋଷ୍ଠୀ ମଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ଗ୍ରୁପ ଲୋନ୍ ନେଇଥିଲେ । କିନ୍ତୁ ଠିକ୍ ସମୟରେ ଏହି ସବୁ ଋଣ ପରିଶୋଧ ହୋଇନଥିବାବେଳେ ଆଦିବାସୀ ମହିଳା ମାନଙ୍କୁ ଏବେ ବିଭିନ୍ନ ପ୍ରକାର ଧମକ ମିଳୁଛି । ଏପରିକି ବ୍ୟାଙ୍କ କର୍ମଚାରୀମାନେ  ମହିଳାମାନଙ୍କୁ ଅସଦାଚରଣ କରିବା ସହ ଭିକ ମାଗି ଋଣ ପରିଶୋଧ କର ନଚେତ୍ ଘର ବିକି ପିଲା ଛୁଆଙ୍କୁ ବିକି ଋଣ ପରିଶୋଧ କର ବୋଲି ଧମକ ଦେଉଛନ୍ତି । ଶେଷରେ ବାଧ୍ୟ ହୋଇ ୩୭ ଟି ଗ୍ରାମର ଶହ ଶହ ଆଦିବାସୀ ମହିଳା ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories