www.samajalive.in
Monday, December 15, 2025
27.1 C
Bhubaneswar

୩ ହାତୀ ଦାନ୍ତ ଜବତ କଲା ବନବିଭାଗ

ପାଟଣା : ବନ ବିଭାଗ ଓ ପାଟଣା ପୁଲିସର ମିଳିତ ଚଢଉ ସମୟରେ ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରୁ ୩ ଟି ହାତୀଦାନ୍ତ ଜବତ କରାଯାଇଛି । ଗତରାତି ୧୦ ଟା ସମୟରେ ଧଳା ବ୍ୟାଗରେ ସନ୍ଦେହ ଜନକ ସାମଗ୍ରୀ ଧରିଥିବା ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲିଂ ଟିମ୍ ଦେଖିବା ପରେ ତାକୁ ଧରିବାରୁ ତାହା ବ୍ୟାଗ୍ ରୁ ୨ ଟି ହାତୀ ଦାନ୍ତ ମିଳିଥିଲା ପରେ ଆଉ ଗୋଟିଏ ଦାନ୍ତ ତାହା ନିକଟରୁ ଜବତ କରାଯାଇଛି । ଏରେଣ୍ଡେଇ ଗ୍ରାମର ମଦନ ମୋହନ ତାମୁଡ଼ିଆ (୩୮)ଙ୍କ ନିକଟରୁ ଏହା ଜବତ କରାଯାଇଛି । ଶୋଶୋ ଥାନା ଅନ୍ତର୍ଗତ ହଦଗଡ ଗ୍ରାମର ରଥ ସୋରେନ ଗତ ରଜ ପର୍ବ ସମୟରେ ମଦନ ଙ୍କୁ ଏହି ହାତୀ ଦାନ୍ତ ଦେଇଥିବା ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ଓଆର କେସ ନଂ ୪୦ ପି ୨୦୨୫-୨୬ ମୂଳେ ୨(୨୬),୨(୩୧)୯,୩୯(୩)୪୮,୪୯-ଏ ଏବଂ ୪୯ – ବି ଅଣ୍ଡର ସେକ୍ସନ ୫୧ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନରେ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories