www.samajalive.in
Saturday, December 6, 2025
15.1 C
Bhubaneswar

ବୋର୍ଡ ଉପସଭାପତି ଗିରଫ

କଟକ: ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ଗିରଫ କରାଯାଇଛି। ଘନ ଘନ ଜେରା କରାଯିବା ପରେ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗତକାଲି କ୍ରାଇମବ୍ରାଞ୍ଚ ନିହାର ରଞ୍ଜନ ମହାନ୍ତିଙ୍କୁ ୬ ଘଣ୍ଟା ଜେରା କରିଥିଲା।  ପୂର୍ବରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଦୁଇଥର ପଚରାଉଚରା କରିଥିବାବେଳେ ଶନିବାର ପୁଣି ଥରେ ଜେରା କରିଥିଲା । ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୨ଟା ଏବଂ ଅପରାହ୍ଣ ୩ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ତାଙ୍କୁ ଜେରା କରାଯାଇଥିଲା। ପରୀକ୍ଷା ପରିଚାଳନାରେ ତାଙ୍କର ଭୂମିକା, ତାଙ୍କ ଲାପ୍‌ଟପକୁ ପ୍ରଶ୍ନପତ୍ର କିଭଳି ଆସିଲା, ଲାପଟପ ପାସୱାର୍ଡ଼ଯୁକ୍ତ ଥିଲା କି ନାହିଁ ଏବଂ ମୁଖ୍ୟ ଅଭିଯୁକ୍ତ ଜିତନ ମହାରଣାଙ୍କ ସହ ତାଙ୍କର ସମ୍ପର୍କ ଆଦି ବିଷୟରେ କ୍ରାଇମବ୍ରାଞ୍ଚ ପଚାରିଥିବା ଜଣାପଡ଼ିଛି। ଏପରିକି ଉପସଭାପତିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ପୃଥକ ଭାବେ ଜେରା କରାଯାଇଛି। କିଛି ଅଧିକାରୀଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ଜେରା କରିଛି। ଏହି ଘଟଣାରେ ସାକ୍ଷୀ ଭାବେ କୋରାପୁଟ ଜୟପୁର ଜେରକ୍ସ ଦୋକାନ ମାଲିକ ଶିବାନନ୍ଦ ମହାରଣାଙ୍କ ବୟାନ ରେକର୍ଡ଼ କରାଯାଇଛି। ଶିବାନନ୍ଦଙ୍କ ଦୋକାନକୁ କିଏ ପ୍ରଶ୍ନପତ୍ର ଆଣିଲା, ତାହା ହାତଲେଖା ଥିଲା ନା ମୂଳ
ପ୍ରଶ୍ନପତ୍ର ରହିଥିଲା ଏବଂ କେତେ ସଂଖ୍ୟାରେ ଛପାଯାଇଛି ଓ ଏ ବାବଦକୁ କେତେ ଟଙ୍କା ତାଙ୍କୁ ମିଳିଛି ତାହାର ସମସ୍ତ ତଥ୍ୟ ଶିବାନନ୍ଦ କଟକ ଜେଏମଏଫସି-୩ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ଦେଇଛି। ୩ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ତାଙ୍କୁ ଜୟପୁରରୁ ଉଠାଇ ଆଣି ଅଟକ ରଖି ପଚରାଉଚରା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ସହ ବୟାନ ରେକର୍ଡ କରାଇଥିଲେ। ଜେରକ୍ସ ଦୋକାନ ମାଲିକଙ୍କ ନିକଟକୁ ଜଣେ ଶିକ୍ଷକ ଏହି ପ୍ରଶ୍ନପତ୍ର ନେଇ ଆସିଥିବା ସେ ବୟାନ ଦେଇଥିବାବେଳେ ଆଗରୁ ମଧ୍ୟ କୋରାପୁଟରୁ ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଅଟକ ରଖିଛି। ତେବେ ଆଜି କ୍ରାଇମବ୍ରାଞ୍ଚ ବୋର୍ଡ ଉପସଭାପତିଙ୍କୁ ଗିରଫ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories