www.samajalive.in
Monday, December 15, 2025
26.1 C
Bhubaneswar

ରେଳ ଧାରଣା ଉଡ଼ାଇଲେ ମାଓବାଦୀ: ଜଣେ ରେଲଓ୍ବେ କର୍ମଚାରୀ ମୃତ, ୧୦ ଲକ୍ଷ ସହାୟତା ରାଶି ଘୋଷଣା

ରାଉରକେଲା : ସହିଦ ସପ୍ତାହ ପାଳନ ହେଉଥିବାବେଳେ ମାଓବାଦୀଙ୍କର ବଡ ଧରଣର ହିଂସା ଦେଖିବାକୁ ମିଳିଛି। ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ରେଲଓ୍ବେ ଟ୍ରାକ୍ ଉଡାଇଦେଇଛନ୍ତି। ବିମଳାଗଡ ସେକ୍ସନ୍ କରମପଦା-ରେଞ୍ଜଡା ମଝିରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ପୃକ୍ତ ଟ୍ରାକରେ ରେଳ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ସେପଟେ ଏହି ଘଟଣାରେ ମୃତକଙ୍କ ପରିବାରକୁ ସିଏମଆରଏଫ୍ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories