www.samajalive.in
Sunday, December 7, 2025
14.1 C
Bhubaneswar

‘ମାସ୍‌ ଇଭେଣ୍ଟସ୍‌’ ତରଫରୁ ବନ୍ଧୁତା ଦିବସ ପାଳନ, ‘ସମାଜର ବନ୍ଧୁ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ‘ମାସ ଇଭେଣ୍ଟସ୍‌’ ତରଫରୁ “ବନ୍ଧୁତ୍ୱ ଦିବସ” ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀ ପରିସରରେ ପାଳନ କରାଯାଇଛି  । ମାସ୍‌ ଇଭେଣ୍ଟର ମୁଖ୍ୟ ମୀର ଅହମ୍ମଦ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ସୂଚନା କମିଶନର ଦିଲ୍ଲୀପ ବିଶୋଇ, ଜଣାଶୁଣା ହାସ୍ୟ  ଅଭିନେତା ଜୀବନ ପଣ୍ଡା, ସମାଜସେବୀ ଡ. ଦିବ୍ୟା ଜ୍ୟୋତ୍ସ୍ନା, ସମାଜସେବୀ ସୁଶାନ୍ତ ପଟ୍ଟନାୟକ, ଯୁବନେତା ମାନସ ରଂଜନ ସାହୁ ପ୍ରମୁଖ ଯୋଗଦେଇ ଯୁବ ସମାଜ କିଭଳି ଭାବେ ସମାଜର ବନ୍ଧୁ ରୂପେ କାର୍ଯ୍ୟ କରିବା ଦରକାର ତା’ଉପରେ ମତବ୍ୟକ୍ତ କରିଥିଲେ  ।

ସମାଜକୁ ନିଜର ବନ୍ଧୁ ରୂପେ ଭାବି ସମାଜର ବିଭିନ୍ନ ସମସ୍ୟା ପାଇଁ ଅହରହ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ‘ସମାଜର ବନ୍ଧୁ’ ସମ୍ମାନ ପ୍ରଦାନ କରାଯାଇଥିଲା  । ସେମାନେ ହେଲେ- ପରିବେଶବିତ୍‌-ସୁଧାଂଶୁ ଶେଖର ବିଶ୍ୱାଳ, ସ୍ୱେଚ୍ଛାସେବୀ-ଶ୍ରାବଣୀ ନାୟକ, ପ୍ରିୟାଲି ପ୍ରିୟଦର୍ଶିନୀ ବେହେରା ଓ ଜଗନ୍ନାଥ ସାହୁ, ସାମ୍ବାଦିକା-ପ୍ରିୟଙ୍କା ରାୟ, ସାମ୍ବାଦିକ ଗୁରୁପଦ ନାଥ, ‘ବ୍ଲଡ୍‌ ହିରୋଜ’ ରକ୍ତଦାନ ସଂଗଠନ, କଲ୍ୟାଣୀ ସେବା ଚାରିଟେବୁଲ୍‌ ଟ୍ରଷ୍ଟ, ଯୁବନେତା ତାପଦ ଦେ, ଦିବ୍ୟସିଂହ ସେଠୀ, ଶୁଭକାନ୍ତ ବେହେରା, ସମାଜସେବୀ – ସନ୍ତୋଷ ଆଚାର୍ଯ୍ୟ, ସାମ୍ବାଦିକ ତଥା ଯୁବ ବ୍ୟବସାୟୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ପ୍ରଭାତ ଜଗଦ୍ଦେବ, ନୀଳିମା ଦାସ, ପଦ୍ମିନୀ ପରିଡ଼ା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମଟିକୁ ପ୍ରଜ୍ଞା ପରମିତା ମହାନ୍ତି, ପ୍ରଦୀପ ବେହେରା, ସୁଶାନ୍ତ କୁମାର ମଲ୍ଲିକ, ପ୍ରିୟଙ୍କା ମହାନ୍ତି, ବିଶ୍ୱରଂଜନ ଦାସ, ଦିଲ୍ଲୀପ ବେହେରା, ଅମର ପାଲ୍‌, ସତ୍ୟବ୍ରତ ଜେନା ପ୍ରମୁଖ ପରିଚାଳନା କରିଥିଲେ  ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories