ଭୁବନେଶ୍ଵର: ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆଉ ଏକ ସଫଳତା। ଅଭିନୟ ଦୁନିଆରେ ନିଜ ଜାଦୁ ଦେଖାଇଥିବାବେଳେ ଏବେ ଜାତୀୟସ୍ତରରେ ଜୁରି ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜାତୀୟ ଚଳଚିତ୍ର ପୁରସ୍କାର ଅଣଫିଚର ଚଳଚିତ୍ର ବର୍ଗରେ ସେ ଜୁରି ହୋଇଛନ୍ତି। ପ୍ରଥମ କରି ଜଣେ ଓଡିଆ ମହିଳା ଅଭିନେତ୍ରୀ ଭାବେ ସେ ସ୍ଥାନ ପାଇଥିବାରୁ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି ଚଳଚିତ୍ର ସମୀକ୍ଷକ ମତ ରଖିଛନ୍ତି। ଅନ୍ୟପକ୍ଷରେ ସେ ଜୁରି ସଦସ୍ୟା ଭାବେ ମଧ୍ୟ ପୁରସ୍କୃତ ହେବେ। ଶୁକ୍ରବାର ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଯେଉଁଥିରେ ୩ଟି ଓଡିଆ ଚଳଚିତ୍ର ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଛି। ଏହି ପୁରସ୍କାର ମନୋନୟନରେ ଜୁରି ଭାବେ ରହିଛନ୍ତି ଓଡିଶାର ଅଭିନେତ୍ରୀ ପ୍ରକୃତି ମିଶ୍ର। କେନ୍ଦ୍ରୀୟ ଜୁରି ପ୍ୟାନେଲରେ ୧୧ ଜଣ ସଦସ୍ୟଙ୍କ ମଧ୍ୟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ରହିଛନ୍ତି।
Popular Categories



