www.samajalive.in
Monday, December 15, 2025
17.1 C
Bhubaneswar

ଓଭାଲ ଟେଷ୍ଟ : ଭାରତକୁ ବୋଲିଂ ଚିନ୍ତା

ଓଭାଲ: ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଟେଷ୍ଟ ଶୃଙ୍ଖଳାର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ଦି ଓଭାଲରେ ଗୁରୁବାରଠାରୁ ଖେଳାଯିବ। ଉକ୍ତ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତ ମ୍ୟାଚକୁ ଜିତି ଶୃଙ୍ଖଳା ପରାଜୟରୁ ବର୍ତ୍ତିବାକୁ ଚେଷ୍ଟା କରିବାବେ​‌​‌ଳେ ଇଂଲଣ୍ଡ ବିଜୟ ସହ ଶୃଙ୍ଖଳା ହାତେଇବାକୁ ଲକ୍ଷ୍ୟ ରଖିଛି।
ଓଲ୍‌ଡ ଟ୍ରାଫୋର୍ଡରେ ​‌ଖେଳା ଯାଇଥିବା ଚତୁର୍ଥ ଟେଷ୍ଟରେ ଭାରତ କଷ୍ଟସାଧ୍ୟ ଡ୍ର ରଖି ଶୃଙ୍ଖଳା ପରାଜୟରୁ ରକ୍ଷା ପାଇଯାଇଥିଲା। ଚତୁର୍ଥ ଟେଷ୍ଟରେ ଭାରତର ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୁର୍ବଳତା ରହିଥିଲା। ଯାହା ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୬୬୯ରନ କରିବାକୁ ସକ୍ଷମ ହୋଇଥିଲ। ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୩୩ ଓଭର ବୋଲିଂ କରି ୧୧୨ରନରେ ୨ଟି ୱିକେଟ ନେବା ଦଳ ପାଇଁ ଚିନ୍ତାଜନକ ହୋଇଥିଲା। ବୁମ୍‌ରାଙ୍କ ଯୋଡ଼ି ମହମ୍ମଦ ସିରାଜ ୩୦ ଓଭରରେ ୧୪୦ରନ ଦେଇ ଗୋଟିଏ, ପଦାର୍ପଣ କରିଥିବା ଅଂଶୁଲ କାମ୍ବୋଜ ୧୮ ଓଭରରେ ୮୯ରନ ଦେଇ ଗୋଟିଏ, ସାର୍ଦୁଳ ଠାକୁର ୧୧ ଓଭର ବୋଲିଂ କରି ୫୫ରନରେ କୌଣସି ୱିକେଟ ପାଇନଥିଲେ। ଦୁଇ ସ୍ପିନର ରବୀନ୍ଦ୍ର ଜାଡେଜା ୩୭.୧ ଓଭର ବୋଲିଂ କରି ୧୪୩ରନରେ ୪ଟି ଓ ୱାଶିଂଟନ ସୁନ୍ଦର ୨୮ ଓଭର ବୋଲିଂ କରି ୧୦୭ରନ ବ୍ୟୟ କରି ୨ଟି ୱିକେଟ ନେଇଥିଲେ। ବୁମ୍‌ରା, ସିରାଜ ଓ ଅଂଶୁଲଙ୍କ ବିଫଳତା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ଚତୁର୍ଥ ଟେଷ୍ଟରେ ବୁମରାଙ୍କଠାରେ କ୍ଲାନ୍ତ ଦେଖିବାକୁ ମିଳିଥିଲା। ଭାରତ ପାଇଁ ଅନ୍ତିମ ଟେଷ୍ଟ ଗୁରୁତ୍ବପୂର୍ଣ୍ଣ ଥିବାରୁ ବୁମ୍‌ରା ଖେଳିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି।
ଓଭାଲରେ ଅଂଶୁଲ କାମ୍ବୋଜଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣ ଓ ସାର୍ଦୁଳ ଠାକୁରଙ୍କ ସ୍ଥାନରେ ଭାରତ ସ୍ପିନର କୁଳଦୀପ୍‌ ଯାଦବଙ୍କୁ ଖେଳାଇବା ନେଇ ମଧ୍ୟ ଆଶା କରାଯାଉଛି। ଦୁଇ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ଶେଷ ଟେଷ୍ଟରେ ବୋଲିଂ ଉପରେ ଅଧିକ ଗୁରୁତ୍ବ ଦେଇ ଖେଳିବାର ସମ୍ଭାବନା ରହିଛି। ବ୍ୟାଟିଂ କ୍ରମରେ ଋଷଭ ପନ୍ତଙ୍କ ସ୍ଥାନରେ ଧ୍ରୁବ ଜୁରେଲଙ୍କୁ ସୁଯୋଗ ମିଳିବାବେଳେ ସାଇ ସୁଦର୍ଶନଙ୍କ ସ୍ଥାନରେ କରୁଣ ନାୟର ପୁଣି ଫେରିପାରନ୍ତି। କାରଣ ସୁଦର୍ଶନ ଓଲ୍‌ଡଟ୍ରାଫୋର୍ଡ ଟେଷ୍ଟରେ ସୁଯୋଗ ପାଇଥିଲେ ମଧ୍ୟ ଏହାର ଯଥେଷ୍ଟ ଫାଇଦା ଉଠାଇ ପାରିନଥିଲେ। ସୁଦର୍ଶନ ପ୍ରଥମ ଇନିଂସରେ ୬୧ରନ କରିଥିବାବେଳେ ଦ୍ବିତୀୟ ଇନିଂସ ଖାତା ଖୋଲି ପାରିନଥିଲେ। କରୁଣ ନାୟର ହେଡିଂଲିରେ ୦ ଓ ୨୦ , ଏଜବାଷ୍ଟନରେ ୩୧ ଓ ୨୬ରନ ଓ ଲର୍ଡସରେ ୪୦ ଓ ୧୪ରନ କରିଥିଲେ। ଯାହା ଫଳରେ ତାଙ୍କୁ ଓଲ୍‌ଡ ଟ୍ରାଫୋର୍ଡ ଟେଷ୍ଟରୁ ବାଦ୍‌ ଦିଆଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories