www.samajalive.in
Saturday, December 6, 2025
17.1 C
Bhubaneswar

ବୁଧବାର ରଶିଫଳ: ପରିସ୍ଥିତିରେ ସୁଧାର ଆସିବ

ମେଷ: ଧନବାନ୍‌ ହେବେ। କୃପଣ ସ୍ବଭାବର ହୋଇପାରନ୍ତି। ଦାନ ଧର୍ମ ପ୍ରତି କୁଣ୍ଠା ପ୍ରକାଶ କରିପାରନ୍ତି। ଲୋକେ ଆପଣଙ୍କୁ ମୁହଁରେ କିଛି ନ କହିଲେ ବି ପରୋକ୍ଷରେ ନିନ୍ଦା କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।

ବୃଷ: ବିତ୍ତବାନ୍‌ ହୋଇପାରନ୍ତି। ମାନ,ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। ମହାନୁଭବ ଲକ୍ଷଣଯୁକ୍ତ ହୋଇପାରନ୍ତି। ସହୃଦୟତା ଆଶାତୀତ ଭାବେ ବୃଦ୍ଧିପାଇବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

- Advertisement -

ମିଥୁନ: ନିଜ କାର୍ଯ୍ୟ ପାଇଁ ଗୌଣଭାବ ପୋଷଣ କରୁଥିବାବେଳେ ଅନ୍ୟ ପଡ଼ୋଶୀମାନଙ୍କର ହିତ ସାଧନାରେ ସକ୍ରିୟ ସହଯୋଗ କରି ପ୍ରଶଂସାର ପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

କର୍କଟ: ଜଣେ ଉତ୍ତମ ପ୍ରବକ୍ତାଭାବେ ଶ୍ରୋତାମାନଙ୍କର ଆଦରଣୀୟ ହେବେ। ଧନ, ମାନ, ଯଶ, ପ୍ରୀତି କୌଣସି ସ୍ତରରେ ଊଣା ହେବ ନାହିଁ। ପ୍ରତ୍ୟେକ ଚେଷ୍ଟା ଫଳବତୀ ହେବ। ଅହଂମୁକ୍ତ ହେବେ। ଧନ ଅର୍ଜନ କରିପାରନ୍ତି।

ସିଂହ: କର୍ମକ୍ଷେତ୍ରରୁ ତଥା ସତ୍‌ମାର୍ଗରୁ ଧନ ଅର୍ଜନ କରିପାରନ୍ତି। ମନୋଜ୍ଞ ହେବେ। ରାଜପୂଜାର ଅଧିକାରୀ ହେବେ। ଜନସାଧାରଣଙ୍କର ପ୍ରଣମ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହଯୋଗ ମିଳିବ।

କନ୍ୟା: ସନ୍ତାନ ସୁଖରେ ସୁଖ ଅନୁଭବ କରିପାରନ୍ତି। ମିତ୍ରମାନଙ୍କ ପ୍ରତି ପ୍ରଗାଢ଼ ଅନୁରକ୍ତି ରହିବ। ଜିତେନ୍ଦ୍ରୀୟଭାବେ ମହାନ୍‌ ସମ୍ମାନର ଅଧିକାରୀ ହେବେ। ପଡ଼ୋଶୀଙ୍କ ସହିତ ବନ୍ଧୁତା ଅଟଳ ରହିବ।

ତୁଳା: ପରିସ୍ଥିତିରେ ପଡ଼ି କର୍ମକ୍ଷେତ୍ରରେ ଚାଷର ସମ୍ମୁଖୀନ ହୋଇ କ୍ଷୁଧା, ତୃଷାରେ ଆତୁର ହୋଇପାରନ୍ତି। ପତ୍ନୀଙ୍କ ସ୍ନେହାନୁବନ୍ଧନରେ ଉପୁଜିଥିବା ସମସ୍ତ କଳ୍ମଷ ଦୂର କରିବେ। ଧର୍ମ କାର୍ଯ୍ୟ କରିବେ।

ବିଛା: କର୍ମକ୍ଷେତ୍ରରେ ଅନ୍ନଦାତାଙ୍କ ହିତ ସାଧନରେ ସମର୍ପିତ ମନୋଭାବର ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ସହକର୍ମୀ ଓ ସହଯୋଗୀମାନଙ୍କ ପ୍ରିୟପାତ୍ର ହେବେ। ସମ୍ମାନ ସହ ସୁପାରିସ ମିଳିବ।

ଧନୁ: ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଆପଣଙ୍କ ଭୂଷଣ ହେବ। ଜଣେ ସତ୍‌ ଚରିତ୍ରଯୁକ୍ତ କର୍ମୀଭାବେ ସର୍ବାନୁରକ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭୂତ୍ବ ବିସ୍ତାର ନକରି ସ୍ନେହାନୁବନ୍ଧନରେ କାର୍ଯ୍ୟ କରିବେ।

ମକର: ବନ୍ଧୁ ଜନାନୁରକ୍ତ ହୋଇପାରନ୍ତି। ଅସତ୍‌ ବ୍ୟୟରୁ ଓହରି ଆସି ନିଜ ଆର୍ଥିକ ସ୍ଥିତିକୁ ସୁରକ୍ଷା ଦେବେ। ଶତ୍ରୁକୁ ଉଚିତ୍‌ ଶିକ୍ଷା ଦେଇ ଶତ୍ରୁତାର ଅବସାନ ଘଟାଇପାରନ୍ତି। ଧନୀ ହୋଇ ବି ଅହଂକାରଶୂନ୍ୟ ହେବେ।

କୁମ୍ଭ: ନାନା ସୁଖର ଅଧିକାରୀ ହୋଇପାରନ୍ତି। ଶ୍ରେଷ୍ଠ ପୂଜ୍ୟପୂଜାର ପାତ୍ର ହୋଇପାରନ୍ତି। ଜନସାଧାରଣଙ୍କ ହିତକାମୀ ହୋଇ ମହାନ୍‌ ସମ୍ମାନର ଅଧିକାରୀ ହେବେ। ଗୃହପାଳିତ ଚତୁଷ୍ପଦ ପ୍ରାଣୀ ସେବା କରିପାରନ୍ତି।

ମୀନ: ପାପ ପରାଙ୍‌ମ୍ମୁଖ ହୋଇପାରନ୍ତି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ପାଇଁ ଆପଣଙ୍କ ଚେଷ୍ଟା ଫଳବତୀ ହୋଇପାରେ। ଶାସ୍ତ୍ର ପ୍ରତି ଦୃଢ଼ ଅନୁରକ୍ତି ରହିବ। ଅନ୍ନପାନ ତୃପ୍ତିଦାୟକ ହେବ। ଜନସାଧାରଣଙ୍କ ପ୍ରିୟ ହେବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories