www.samajalive.in
Saturday, December 6, 2025
15.1 C
Bhubaneswar

ମଦଭାଟିରେ ବାଉନ୍ସରଙ୍କୁ ପିଟି ପିଟି ହତ୍ୟା !

ବଲାଙ୍ଗୀର: ମଦ ଭାଟିରେ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା । ବଲାଙ୍ଗୀର ସଦର ଥାନା ସିନଖମନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨ ଜଣ ମଦଭାଟି କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଗାଁର କିଛି ଯୁବକଙ୍କ ସହ ମଦଭାଟି କର୍ମଚାରୀଙ୍କର କୌଣସି କାରଣରୁ ବଚସା ହୋଇଥିଲା । ପରେ ବଚସା ବଢିବାରୁ ହାତାହାତି ହୋଇ ଯୁବକଙ୍କ ଆକ୍ରମଣରେ ୨ କର୍ମଚାରୀ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ୨ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକ ବିହାର ଓରଙ୍ଗାବାଦର ଖପର ମରହା ଗାଁର ସାରଦା ଯାଦବ ବୋଲି ଜଣାପଡିଛି। ଅନ୍ୟ ଜଣେ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି । ଖବର ପାଇ ବଲାଙ୍ଗିର ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories