www.samajalive.in
Monday, December 15, 2025
15.1 C
Bhubaneswar

ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ: ଜଣେ ଅଟକ, ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ନାକଟିଦେଉଳ :  ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ରେ ବିଦ୍ୟୁତ ଆଘାତ ରେ ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି ।  ଶନିବାର ବିଳମ୍ବିତ ରାତିରେ ନାକଟିଦେଉଳ ବନାଞ୍ଚଳ ସରାପାଲି ଫରେଷ୍ଟ ବିଟ ଅନ୍ତର୍ଗତ ଟିକିଲିପଡ଼ା ଗାଁରେ ବିଦ୍ୟୁତ ଆଘାତ ରେ ଏହି ମାଈ ହାତୀର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଗତ ରାତିରେ ଟିକିଲିପଡ଼ା ଗାଁକୁ ଏକ ୯ ଟିକିଆ ହାତୀ ପଲ ଆସିଥିଲେ । ବନ କର୍ମଚାରୀ ମାନେ ସେମାନଙ୍କୁ ଘଉଡ଼ାଇବାରୁ ହାତୀ ପଲ ଜଙ୍ଗଲ ଆଡକୁ ପଳାଇଥିଲେ। ଏତିକିବେଳେ ଖସଡ଼ା ଜଙ୍ଗଲ ନିକଟ ରେ ଥିବା ଧାନ କ୍ଷେତରେ ହାତୀ ଉପଦ୍ରଵ ରୁ ଧାନ ଗଛ ବଞ୍ଚାଇବାକୁ ଦିଆ ଯାଇଥିବା ବିଦ୍ୟୁତ ତାରରେ ଲାଗି  ହାତୀର ମୃତ୍ୟୁ ଘଟିଥିଲା । ହାତୀ ଟିର ଆନୁମାନିକ ବୟସ ୬ ବର୍ଷ ହେବ ବୋଲି ଜଣା ପଡିଛି । ଏହି ଘଟଣାରେ ବିଦ୍ୟୁତ ତାର ଲଗାଇ ଥିବା ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଚଳାଇଛି । ସେପଟେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories