www.samajalive.in
Sunday, December 14, 2025
19.1 C
Bhubaneswar

ଭିକ ମାଗି ସଞ୍ଚିଥିଲେ ୬.୫ ଲକ୍ଷ ଟଙ୍କା, ପୁଲୱାମା ସହିଦଙ୍କ ପାଇଁ ଦାନ କଲେ

ଜୟପୁର : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦଙ୍କ ପାଇଁ ଭିକ ମାଗି ସଞ୍ଚିଥିବା ସାଢେ ୬ ଲକ୍ଷ ଟଙ୍କା ଦାନ କରି ରାଜସ୍ଥାନ ଆଜମେରର ଜଣେ ବୃଦ୍ଧା ମହିଳା ଅନ୍ୟନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ଏହି ଟଙ୍କା ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଶେଷଇଚ୍ଛା ପତ୍ର ଅନୁସାରେ ଦାନ କରାଯାଇଛି।
ବୃଦ୍ଧା ଜଣକ ଭିକ୍ଷାବୃତ୍ତି କରି ନିଜ ପେଟ ପୋଷୁଥିଲେ। ସେ ଭିକ୍ଷାବୃତ୍ତିରୁ ସାଢେ ୬ ଲକ୍ଷ ଟଙ୍କା ସଞ୍ଚିଥିଲେ। ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କ ସଂରକ୍ଷକ ଏହି ଟଙ୍କା ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ନାମରେ ପ୍ରଦାନ କରିଛନ୍ତି। କୁହାଯାଉଛି ମୃତ୍ୟୁବେଳେ ବୃଦ୍ଧା ନନ୍ଦିନୀ ଶର୍ମା ଏକ ଇଚ୍ଛାପତ୍ର ଛାଡ଼ି ଯାଇଥିଲେ। ତାଙ୍କ ଦ୍ୱାରା ସଞ୍ଚିତ ଟଙ୍କା ଦେଶ ଏବଂ ସମାଜର ଉନ୍ନତିରେ ଲଗାଇବାକୁ ସେ ଏଥିରେ ଲେଖିଯାଇଥିଲେ। ନନ୍ଦିନୀ ଶର୍ମା ଆଜମେର ବରଂଗଗଡ଼ସ୍ଥିତ ଅମ୍ବେ ମାତା ମନ୍ଦିର ବାହାରେ ଭିକ ମାଗୁଥିଲେ। ଭିକ୍ଷାବୃତ୍ତିରୁ ଆୟ କରୁଥିବା ଟଙ୍କା ସେ ପ୍ରତିଦିନ ବ୍ୟାଙ୍କରେ ଜମା କରୁଥିଲେ। ନିଜ ମୃତ୍ୟୁ ପୂର୍ବରୁ ସେ ଏହି ଟଙ୍କାର ଯତ୍ନ ରଖିବାକୁ ୨ ଜଣଙ୍କୁ ସଂରକ୍ଷକ କରିଥିଲେ। ନନ୍ଦିନୀଙ୍କ ସଂରକ୍ଷକ ତାଙ୍କ ଶେଷ ଇଚ୍ଛା ଅନୁସାରେ ଏହି ଟଙ୍କାକୁ ସମାଜ ଓ ଦେଶ ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସେମାନେ ଏହି ଟଙ୍କାକୁ ସିଆରପିଏଫକୁ ଦାନ କରିଛନ୍ତି। ଏହି ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ପରିବାରବର୍ଗକୁ ଏହି ଟଙ୍କା ପ୍ରଦାନ କରାଯିବ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories