ପାକିସ୍ତାନ ଟିଭିରେ ବିଜେଡି ବିଧାୟକ ଦେବାଶୀଷଙ୍କ ଚର୍ଚ୍ଚା
ଭୁବନେଶ୍ୱର.- ପାକିସ୍ତାନ ଟିଭିରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଚର୍ଚ୍ଚା ହେବାରେ ଲାଗିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଗଣମାଧ୍ୟମକୁ ଦେବାଶୀଷ ସାମନ୍ତରାୟଙ୍କର ଏହି ବ୍ୟବହାର ଚର୍ଚ୍ଚାପାଇଁ ବେଶ୍ ଖୋରକ ଯୋଗାଇଛି ।
ସହିଦଙ୍କ ଅନ୍ତିମ ସଂସ୍କାର ସମୟରେ ତାଙ୍କର ସମ୍ପର୍କୀୟଙ୍କୁ ଦେବାଶୀଷ ତଣ୍ଟିଆ ମାରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା । ଜଣେ ଦାୟୀତ୍ୱସମ୍ପନ୍ନ ରାଜନେତା କୌଣସି ସାଧାରଣ ଜନତାଙ୍କୁ କିପରି ଏପରି ଖରାପ ବ୍ୟବହାର କରିପାରିବେ ତାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ବି ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଛି । ସାମାଜିକ ଗଣମାଧ୍ୟମରେ ଏହା ଭାଇରାଲ୍ ହେବାପରେ ଦେବାଶୀଷ କ୍ଷମା ପ୍ରାର୍ଥନା କରିଥିଲେ । ହେଲେ ବିବାଦ ତାଙ୍କ ପିଛା ଛାଡୁନି । ତାଙ୍କର ଏହି ଖରାପ ବ୍ୟବହାର ପାକିସ୍ତାନ ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ପାକିସ୍ତାନର ଆଜାଦ ଟିଭିରେ ଏହି ଭିଡିଓକୁ ବାରମ୍ବାର ପ୍ରସାରଣ କରାଯାଇଛି ।
ସହିଦଙ୍କ ସମ୍ପର୍କୀୟଙ୍କୁ ନିର୍ବାଚିତ ରାଜନେତା ଖରାପ ସମ୍ପର୍କ ପ୍ରଦର୍ଶନ କରୁଥିବା ଖବର ପ୍ରସାରିତ ହୋଇଛି । ଏହାପରେ ଦେବାଶୀଷ ସାମନ୍ତରାୟ ଏହାର ପ୍ରତିକ୍ରିୟା ରଖିଛନ୍ତି । ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିପାଇଁ ଦୁଃଖିତ ବୋଲି ପ୍ରକାଶ କରିଛନ୍ତି । ସହିଦଙ୍କ ଅନ୍ତିମ ସଂସ୍କାର ସମସୟରେ ସେ ଶବଧାରକୁ କାନ୍ଧେଇ ଥିଲେ ବୋଲି ସଫେଇ ଦେଇଛନ୍ତି ।