www.samajalive.in
Sunday, December 14, 2025
19.1 C
Bhubaneswar

ଶ୍ରୀକୃଷ୍ଣ ବିଜ୍ଞାନ ଗୁରୁକୂଳରେ ଗୁରୁପୂର୍ଣ୍ଣିମା ପାଳିତ

ଆଠଗଡ: ଆଠଗଡ ସହର ନିକଟବର୍ତ୍ତୀ ରାଧାପତିପୁରସ୍ଥିତ ଶୀଳଧାମ ଆଶ୍ରମ ପରିସରରେ ପ୍ରତିଷ୍ଠିତ ଶ୍ରୀକୃଷ୍ଣ ବିଜ୍ଞାନ ଗୁରୁକୂଳରେ ଶ୍ରୀ ବ୍ୟାସ ଗୁରୁପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁରୁକୂଳର ସଂପାଦକ ମନୋଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ମାନସ ରଞ୍ଜନ ବସ୍ତିଆ, ମୁଖ୍ୟବକ୍ତା ଗୁରୁକୂଳର ଉପଦେଷ୍ଟା ସ୍ବାଧୀନ ପଣ୍ଡା, ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ମହାପାତ୍ର ଓ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ।

ଗୁରୁପୂର୍ଣ୍ଣିମାର ମହତ୍ବ ସମ୍ପର୍କରେ ବୁଝାଇବା ସହ ଗୁରୁ ବିନା ଶିଷ୍ୟର ଜୀବନ ଅସମ୍ପୂର୍ଣ୍ଣ ବୋଲି ମୁଖ୍ୟଅତିଥି ଶ୍ରୀ ବସ୍ତିଆ ମତବ୍ୟକ୍ତ କରିଥିଲେ। ଗୁରୁଙ୍କ ନୀତିବାଣୀ ଓ ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେଲେ ଶିଷ୍ୟମାନେ ଜୀବନରେ ଏକ ସଫଳ ବ୍ୟକ୍ତିତ୍ବର ପରିଚୟ ପାଇ ପାରିବେ ବୋଲି ଅତିଥି ବକ୍ତାମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ। ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ପରିଶେଷରେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories