www.samajalive.in
Sunday, December 14, 2025
26.1 C
Bhubaneswar

୧୪ରୁ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ୱନି

ଆରଡି: ଆସନ୍ତା ୧୪ରୁ ଅଗଷ୍ଟ ୧୧ଯାଏଁ ଏକମାସ ଧରି ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ବନି। ଆଗନ୍ତୁକ ଲକ୍ଷାଧିକ କାଉଡିଆ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗତ ଜୁନମାସ ୨୬ତାରିଖରେ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମନ୍ଦିର ପ୍ରଶାସନିକ ଅଧିକାରୀ, ବରିଷ୍ଠ ସେବାୟତ, ରାସ୍ତା ଓ ଗୃହ କୋଠାନିର୍ମାଣ ବିଭାଗ, ପାନୀୟଜଳ ଓ ପରିମଳ ବିଭାଗ, ସ୍ୱାସ୍ଥ୍ୟ ଆଦି ବିଭାଗର ଯୋଗଦେଇ ଶ୍ରାବଣୀଯାତ୍ରା ପୂର୍ବରୁ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତା ସହ ପୀଠକୁ ସଂଯୋଗ କରୁଥିବା କୁଳେଇପଦା, ଧାନଖଣିଆ, ମୁଆଁ ସନ୍ତରା ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲାପାଳ କଥା ହୋଇଥିଲେ। ହେଲେ ପୀଠକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତ ଦୂରର କଥା ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତାର ବେତାଳିଗାଁ ଠାରୁ ସାହୁସାହି, ସୁନ୍ଦରପୁର, ମଠଡିହ ଓଳଗ ରାସ୍ତାରେ ବଡବଡ ଖାଲଖମା ହୋଇ ପଡି ରହିଛି। ଫଳରେ ଆଗନ୍ତୁକ କାଉଡିଆ ଖାଲି ପାଦରେ ଖାଲଖମା ରାସ୍ତାରେ ଆସିବେ।

ଏପରିକି ଜିଲା ରାସ୍ତା ଓ ଗୃହ କୋଠା ନିର୍ମାଣ ବିଭାଗ ପକ୍ଷରୁ ଯାହାକିଛି ରାସ୍ତା ପିଚୁ ହୋଇଥିଲା। ଗତ କିଛିଦିନ ଲଗାଣ ବର୍ଷାରେ ରିସ୍ତାରୁ ପିଚୁ ଉଠିଯାଇଥିବାରୁ ରାସ୍ତା ମରଣଯନ୍ତା ପାଲଟିଛି। ସେହିପରି କୁଆଖିଆ-ଆଖଣ୍ଡଳମଣି ୨୦ନଂ ଜାତୀୟ ରାଜପଥର ଆରଡି ବାଇପାସ ରାସ୍ତାକୁ ଠିକାଦାର ଦୀର୍ଘମାସ ହେବ ଖୋଳି ଦେଇ କାର୍ଯ୍ୟ କରୁଥିବାରୁ ରାସ୍ତା ଅଣଓସାରିଆ ହୋଇ ପଡି ରହିଛି। ତାହାସହ ମେଘା କମ୍ପାନୀ ବିଷୁଦ୍ଧ ପାଣି ଯୋଗାଇ ଦେବା ନିମନ୍ତେ ଭୁତଳ ପାଇପ ବିଛାଣ ଆଳରେ ପାନ୍ଥନିବାସ ଠାରୁ ମନ୍ଦିର ଶିବପ୍ଲାଜା ଯାଏଁ ଦୀର୍ଘ ୩କିମି ରାସ୍ତର ଗୋଟିଏ ପାର୍ଶ୍ବ ଖୋଳି ଦେଇ ପକାଇଥିବାରୁ ଗତ ୧ମାସ ହେବ କାଦୁଅ, ପଙ୍କରେ ଘାଣ୍ଟି ହେଉଛନ୍ତି ସ୍ଥାନୀୟ ଲୋକେ।

- Advertisement -

ଗତ କିଛିଦିନ ତଳେ ଆରଡି ଓ ଆଖପାଖ ଅଞ୍ଚଳରେ ଡାଇରିଆ ବ୍ୟାପିଥିଲା। ଏବେ ସ୍ଥିତି ନିୟନ୍ତ୍ରଣ ରହିଥିଲେ ମଧ୍ୟ ପୀଠର ଚାରିଆଡେ କୁଢକୁଢ ଅଳିଆ ଆବର୍ଜନା ପଡି ରହିଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଶ୍ରାବଣୀ ଯାତ୍ରାରେ ଲକ୍ଷାଧିକ କାଉଡିଆଭକ୍ତ ପୀଠକୁ ଆସିବେ ହେଲେ ଭକ୍ତଙ୍କ ମନରେ ଡାଇରିଆ ଭୟ ଘାରିଛି। ଶ୍ରାବଣୀଯାତ୍ରାରେ ବାବାଙ୍କୁ ଜଳାଭିଷେକ କରିବା ପାଇଁ ପୀଠକୁ ପ୍ରତି ରବିବାର ଓ ସୋମବାର ରାତିଦିନ ଏକାକାର କରି କାଉଡିଆ ଭକ୍ତ ବିଭିନ୍ନ ପ୍ରାନ୍ତରରୁ ମୁଖ୍ୟ ରାସ୍ତା ସହ ବିଭିନ୍ନ ସାହିରାସ୍ତା ଦେଇ ଆସିବେ। ହେଲେ ଦୀର୍ଘମାସ ହେବ ପାନ୍ଥନିବାସ ଠାରୁ ନଦୀଘାଟ, ବାଇପାସ ରାସ୍ତା ଠାରୁ ଗୁଡିଆସାହି ରିସ୍ତା, ମୁଖ୍ୟ ବଜାର ଆଦି ସ୍ଥାୟୀ ଆଲୋକିକରଣ ନଥିବାରୁ ଅନ୍ଧକାରମୟ ହୋଇ ରହିଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories