ଲଡୁଗାଁ : ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଲାଗିରହିଥିବାରୁ କଳାହାଣ୍ଡି ଜିଲ୍ଲାରେ ପେଟ୍ରୋଲ ପମ୍ପ ଗୁଡିକୁ ପେଟ୍ରୋଲ ଆସିବାର ସମ୍ଭାବନା ବହୁତ କମରହିଛି । ଏହାର ପ୍ରଭାବରେ କୋକସରା ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ ଗୁଡିକରେ ସକାଳୁ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଥିଲା । ଏହାରି ଭିତରେ କିଏ କିଏ ପ୍ଲାଷ୍ଟିକ ଜାର ତ ଆଉ କିଏ ବୋତଲ ଧରି ଟାଙ୍କି ପାଖରେ ପହଞ୍ଚି ଯାଇଥିଲେ । ଅନ୍ୟପଟେ ସନ୍ଧ୍ୟା ବେଳକୁ କୋକସରା ସ୍ଥିତ ପମ୍ପ ମାନଙ୍କରେ ପେଟ୍ରୋଲ ଡିଜେଲ ନ ପାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ବ୍ଲକର କିଛି ଅଞ୍ଚଳରେ ମଧ୍ୟ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲ ମଧ୍ୟ ସରି ଯାଇଥିବା ମଧ୍ୟ ଶୁଣିବାକୁ ମିଳିଛି । ସରକାରଙ୍କ ସହିତ ଡ୍ରାଇଭର ସଙ୍ଘର ଆଲୋଚନା ଭିତରେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏହା ସହ ଏବେ ଜନ ଅସନ୍ତୋଷ ମଧ୍ୟ ଦାନା ବାନ୍ଧୁଛି । ଯେମିତି ଆମ୍ବୁଲାନ୍ସ , ଅଗ୍ନିଶମ ଭଳି ଜରୁରୀ କାଳୀନ ସେବା ମଧ୍ୟ ପେଟ୍ରୋଲର ଅଭାବ ଯୋଗୁଁ ଅପଦସ୍ତ ହେଉଥିବା ଅଭିଯୋଗ ହେଉଛି । ଏପଟେ କୋକସରାର ଦୁଇଟି ପେଟ୍ରୋଲ ପମ୍ପରେ ଜଣ ପିଛା ୫୦ ଆଉ ୧୦୦ ଟଙ୍କା ଫିକ୍ସ କରାଯାଇଥିଲା । ଯାହାଦ୍ବାରା କୋକସରା ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଅନ୍ୟପଟେ ଗାଁ ଗାଁ ରେ ଚୋରା ବେପାର ସହ ଦରବୃଦ୍ଧି ମଧ୍ଯ ଅଭିଯୋଗ ହେଉଛି ।
Popular Categories



