www.samajalive.in
Sunday, December 14, 2025
26.1 C
Bhubaneswar

ଶିକ୍ଷକ ବଦଳିର ପ୍ରତିବାଦ; ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ବଳଙ୍ଗା: ଶିକ୍ଷକ ବଦଳିର ଦୃଢ଼ ପ୍ରତିବାଦ କରିଛନ୍ତି ଅଭିଭାବକ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ତାହାକୁ ସଜାଡ଼ିବା ବଦଳରେ ସରକାର ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଦେଉଛନ୍ତି। ଏହାର ପ୍ରତିବାଦ କରି ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ରୁପଦେଇପୁର ପଞ୍ଚାୟତର ଖଣ୍ଡାୟତପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ।

ଖଣ୍ଡାୟତପାଟଣା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆଠଟି ଶ୍ରେଣୀକୁ ମାତ୍ର ୫ ଜଣ ଶିକ୍ଷକଶିକ୍ଷୟିତ୍ରୀ ଥିବାବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ଡେପୁଟେସନରେ ଅନ୍ୟ ଏକ ସ୍କୁଲକୁ ପଠାଇ ଦିଆଯାଇଛି। ଏହା ପ୍ରତିବାଦରେ ଅଭିଭାବକମାନେ ଗୁରୁବାର ପିଲାମାନଙ୍କୁ ସ୍କୁଲ ଛାଡିନାହାନ୍ତି। ଆଗାମୀ ଦିନରେ ଯଦି ଉକ୍ତ ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଏହି ବିଦ୍ୟାଳୟକୁ ଅଣା ନ ଯାଏ ତାହାଲେ ସେମାନେ ଆଉ ପିଲାମାନଙ୍କୁ ପାଠ ପଢାଇବା ପାଇଁ ସ୍କୁଲ ଛାଡିବେନି ବୋଲି ଅଭିଭାବକମାନେ ନିଷ୍ପତ୍ତି ନେଇଛନ୍ତି। ଅଭିଭାବକମାନେ ସ୍କୁଲରେ ପହଞ୍ଚି ଏହାର ପ୍ରତିବାଦ ମଧ୍ୟ କରିଥିବା ଦେଖିବାକୁ ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories