ମୋହନା: ଗଜପତି ଜିଲ୍ଲା ଅଡବା ଥାନା ମାଣ୍ଡିମେରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାରୁ ଖସିଲା ପୁଲିସ୍ ଭ୍ୟାନ୍ , ବର୍ତ୍ତିଲେ ୨୦ରୁ ଅଧିକ ଯବାନ । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟର ୨୨ ଜଣ ଯବାନ ପୁରୀରେ ରଥଯାତ୍ରା ଲାଗି ଡ୍ୟୁଟି କରୁଥିଲେ। ରଥଯାତ୍ରା ସରିବା ପରେ ସମସ୍ତ ଯବାନ ଏକ ବସ୍ ଯୋଜେ କୋରାପୁଟ ଫେରୁଥିଲେ। ହେଲେ ଆଜି ଭୋର୍ ସମୟରେ ମାଣ୍ଡିମେରା ଗାଁ ନିକଟରେ ବସ୍ ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ଯବାନ ମାନେ ଫସି ରହିଥିଲେ। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ଯବାନ ମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ଗାଡିର ଆଂଶିକ କ୍ଷତି ହୋଇଥିବାବେଳେ ଯବାନ ମାନେ ଅଳ୍ପକେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି।
Popular Categories



