ନୂଆଦିଲ୍ଲୀ :ତେଲଙ୍ଗାନାର ୨୯ ଜଣ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା, ୟୁଟ୍ୟୁବର୍ ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସସର୍ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସମସ୍ତେ ବେଆଇନ ବେଟିଂ ଆପ୍ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଏହି ତାଲିକାରେ ବିଜୟ ଦେବରାକୋଣ୍ଡା, ରାଣା ଦାଗଗୁବତୀ, ପ୍ରକାଶ ରାଜ, ମଞ୍ଚୁ ଲକ୍ଷ୍ମୀ, ନିଧି ଅଗ୍ରୱାଲ, ପ୍ରଣିତା ସୁଭାଷ, ଅନନ୍ୟା ନାଗାଲା, ଆଙ୍କର୍ ଶ୍ରୀମୂଖୀ, ୟୁଟ୍ୟୁବର୍ ହର୍ଷ ସାଇ, ବୟା ସନ୍ନି ଯାଦବଙ୍କ ପରି ଟଲିଉଡର ବଡ ତାରକା ସାମିଲ ରହିଛନ୍ତି ।
ମିଆପୁରର ଜଣେ ବ୍ୟବସାୟୀ ଫଣିନ୍ଦ୍ର ଶର୍ମାଙ୍କ ଅଭିଯୋଗରୁ ମାମଲା ଆରମ୍ଭ ହୋଇଥିଲା। ସେ ଅଭିଯୋଗ କରିଥିଲେ, ଅନେକ ଫିଲ୍ମ ଚେହେରା ଏବଂ ସୋସିଆଲ ମିଡିଆ ଷ୍ଟାର ଏହି ବେଟିଂ ଆପ୍ ପ୍ରତି ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ଏପରି ଆପ୍ ଯୋଗୁଁ ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ବହୁତ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ଅଭିଯୋଗ ପରେ ପୁଲିସ ୧୯ ମାର୍ଚ୍ଚ ୨୦୨୫ରେ ୨୫ ଜଣ ସେଲିବ୍ରିଟିଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପରେ ଇଡି ଏହି ମାମଲାର ତଦନ୍ତରେ ସାମିଲ ହୋଇଛି।
ଇଡି ଏବେ ଏହି ସମସ୍ତ ଷ୍ଟାର ଏବଂ ଇନଫ୍ଲୁଏନ୍ସସର୍ଙ୍କୁ ପଚରାଉଚରା କରୁଛି। ସେମାନେ ପ୍ରମୋସନରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ସେମାନେ କିପରି ପେମେଣ୍ଟ ପାଇଛନ୍ତି ଏବଂ ଟିକସ ବିବରଣୀ କ’ଣ। ତଦନ୍ତରୁ ଜଣାପଡିଛି ଯେ ଏହି ଆପ୍ସ ମାଧ୍ୟମରେ ହଜାର ହଜାର କୋଟି ଟଙ୍କାର କାରବାର ହୋଇଛି। ଏହି ଆପ୍ସ ଯୁବକମାନଙ୍କୁ ଶୀଘ୍ର ଟଙ୍କା ରୋଜଗାର କରିବାକୁ ପ୍ରଲୋଭିତ କରେ, କିନ୍ତୁ ପରେ ଲୋକମାନେ ଆର୍ଥିକ ଏବଂ ମାନସିକ ଭାବରେ ଭାଙ୍ଗି ପଡ଼ନ୍ତି।
ଗତ ବର୍ଷ ମଧ୍ୟ ମହାଦେବ ବେଟିଂ ଆପ୍ ମାମଲା ସାମ୍ନାକୁ ଆସିଥିଲା। ସେହି ମାମଲାରେ ମଧ୍ୟ ଅନେକ ବଲିଉଡ୍, ଟଲିଉଡ୍ ଏବଂ ଟିଭି ଷ୍ଟାରଙ୍କ ନାମ ସାମ୍ନାକୁ ଆସିଥିଲା। ସେହି ମାମଲାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିଲା। ଏବେ ଏହି ମାମଲାରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତଦନ୍ତ ପରେ ଏହା କେତେ ବଡ଼ ଠକେଇ ତାହା ସ୍ପଷ୍ଟ ହେବ।
ଦେଖନ୍ତୁ ଭୟଭୀତ କରୁଛି ଏହି ଭିଡିଓ; ଖାଲି ହାତରେ ଯୁବକ ଧରିଲେ ବିଶାଳକାୟ ଅହିରାଜ..



