www.samajalive.in
Sunday, December 14, 2025
17.1 C
Bhubaneswar

ରଥଯାତ୍ରା ଡ୍ୟୁଟି ସାରି ଫେରୁଥିଲେ : ଓଲଟିଲା ବସ୍ , ଅଳ୍ପକେ ବର୍ତ୍ତିଗଲେ…

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ମାଣ୍ଡିମେରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାରୁ ଖସିଲା ପୁଲିସ୍ ଭ୍ୟାନ୍ , ବର୍ତ୍ତିଲେ ୨୦ରୁ ଅଧିକ ଯବାନ । ମିଳିଥିବା ସୂଚନା ଅନୁଯାୟୀ କୋରାପୁଟର ୨୨ ଜଣ ଯବାନ ପୁରୀରେ ରଥଯାତ୍ରା ଲାଗି ଡ୍ୟୁଟି କରୁଥିଲେ। ରଥଯାତ୍ରା ସରିବା ପରେ ସମସ୍ତ ଯବାନ ଏକ ବସ୍ ଯୋଜେ କୋରାପୁଟ ଫେରୁଥିଲେ। ହେଲେ ଆଜି ଭୋର୍ ସମୟରେ ମାଣ୍ଡିମେରା ଗାଁ ନିକଟରେ ବସ୍‌ ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଫଳରେ ଗାଡିରେ ଥିବା ଯବାନ ମାନେ ଫସି ରହିଥିଲେ। ଦୁର୍ଘଟଣା ପରେ ତୁରନ୍ତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ଯବାନ ମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ଗାଡିର ଆଂଶିକ କ୍ଷତି ହୋଇଥିବାବେଳେ ଯବାନ ମାନେ ଅଳ୍ପକେ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories