www.samajalive.in
Monday, December 15, 2025
16.1 C
Bhubaneswar

ସିଙ୍ଗବାଡି ହତ୍ୟାକାଣ୍ଡ ମାମଲା: ମୁଖ୍ୟ ଅଭିଯୁକ୍ତ ପିତବାସ ଗିରଫ, ଜଣେ ଏବେ ବି ଫେରାର

ଗୋପାଳପୁର : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗବାଡି ଗାଁରେ ଘଟିଥିବା ଦିଲିପ କୁମାର ପାତ୍ର ହତ୍ୟାକାଣ୍ଡ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ହତ୍ୟାକାଣ୍ଡରେ ଜଡିତ ଥିବା ଅନ୍ୟ ଏକ ଅଭିଯୁକ୍ତ ଏବେ ବି ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଜଣଙ୍କ ସିଙ୍ଗବାଡିର ପିତବାସ ସାହୁ (୩୮ ) ବୋଲି ପୁଲିସ ସୂଚନା ଦେବା ସହ ହତ୍ୟାକାରୀ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଏକ ଖଣ୍ଡା ଏବଂ ମୋଟରସାଇକେଲ, ଗୋଟିଏ ମୋବାଇଲ ଓ ରିକ୍ତଭିଜା କପଡା ଜବତ କରିଥିବା ଆଇଆଇସି ତଥା ଡିଏସପି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ ଗତ ୭ ତାରିଖରେ ମୃତ ଦିଲିପଙ୍କ ଭାଇ ହରିଶ୍ଚନ୍ଦ୍ର ପାତ୍ର ଥାନାରେ ପହଞ୍ଚି ତାଙ୍କ ଭାଇ ଦିଲିପକୁ ଗତ ୬ ତାରିଖ ରାତି ୧୦ ଟା ବେଳେ କେତେକ ଅଜଣା ବ୍ୟକ୍ତି ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପୂର୍ବରୁ ପୁଲିସ ଘଟଣା ପରେ ୬ ତାରିଖ ରାତିରେ ମୃତକ ଦିଲିପର ମୃତଦେହକୁ ବ୍ରହ୍ମପୁର ବଡ ମେଡିକାଲ ନେଇଯାଇଥିଲେ। ଅଭିଯୋଗ ପାଇବା ପରେ ଗୋଳନ୍ଥରା ଆଇଆଇସି ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ହତ୍ୟାକାଣ୍ଡ ନେଇ ଛାନ୍ନଭିନ୍ନ ଆରମ କରାଯାଇଥିଲା। ତଦନ୍ତ ସମୟରେ ମୃତକ ଦିଲିପ ସିଙ୍ଗବାଡି ଗ୍ରାମରେ ଏକଟୁଆ ରହିବା ଏକ ହାର୍ଡୱେର ଦୋକାନ କରିଥିଲେ। ଗତ କିଛିଦିନ ତଳେ ଦିଲିପଙ୍କ ମୋଟରସାଇକେଲ ସହ ଅଭିଯୁକ୍ତ ପିତବାସ ସାହୁଙ୍କ ମୋଟରସାଇକେଲ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ପିତବାସ ଆହାତ ହୋଇଥିଲେ। ଏହି ଦୁର୍ଘଟଣା ପରେ ଆହାତ ପିତବାସର ମେଡିକାଲ ଖର୍ଚ୍ଚ ନିମନ୍ତେ ମୃତକ ଦିଲିପ କିଛି ଟଙ୍କା ଭରଣା କରିବେ ବୋଲି ମିମାସାଂ ହୋଇଥିଲା। କିନ୍ତୁ ଦିଲିପଙ୍କ ପକ୍ଷରୁ ପିତବାସକୁ ଠିକ୍ ସମୟରେ ଟଙ୍କା ପ୍ରଦାନ କରାଗଲା ନାହିଁ। ଯାହାଫଳରେ ପିତବାସ, ଦିଲିପକୁ ପାନେ ଦେବାକୁ ଗତ ୬ ତାରିଖ ରାତିରେ ତାଙ୍କର ଜଣେ ସହଯୋଗୀଙ୍କୁ ସାଥିରେ ଧରି ମୃତକ ଦିଲିପଙ୍କ ଘରେ ପହଞ୍ଚି ଥଲେ।

- Advertisement -

ସେଠାରେ ପିତବାସ ଟଙ୍କା ମାଗିବାରୁ ଦିଲିପ ଝଗଡ଼ା କରିବା ସହ ଟଙ୍କା ଦେବେ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଥିଲେ। ଏଥିରେ ପିତବାସ ରାଗରେ ଜର୍ଜରିତ ହୋଇ ଦିଲିପକୁ ଘରୁ ରାସ୍ତା ଉପରକୁ ଟାଣି ଆଣି ହାତରେ ଧରିଥିବା ଖଣ୍ଡାରେ ମୁଣ୍ଡ,ହାତ ,ଗୋଡ ଓ ଶରୀରର ବିଭିନ୍ନ ସ୍ଥାନ କୁ ୧୨/୧୫ ଚୋଟ ମାରିଥିଲେ। ଯାହାଫଳରେ ଦିଲିପ ରକ୍ତାକ୍ତ ହେବା ସହ ସେଠାରେ ହିଁ ଟଳି ପଡ଼ିଥିଲେ। ଏହା ପରେ ଅଭିଯୁକ୍ତ ପିତବାସ ଓ ତାଙ୍କ ସହଯୋଗୀ ସେଠାରୁ ଫେରାର ହୋଇଯାଇଥିଲେ। ତଦନ୍ତ ସମୟରେ ପୁଲିସ ମୁଖ୍ୟ ଅଭିଯୁକ୍ତ ପିତବାସକୁ ଟାମଣା ରାସ୍ତାରୁ ଗିରଫ କରି ଥାନାରେ ତଦନ୍ତ ସମୟରେ ସେ  ଓ ତାଙ୍କର ଜଣେ ସହଯୋଗୀ ମିଶି ଦିଲିପକୁ ହତ୍ୟା କରିଥିବା ସ୍ବୀକାର କରିଥିବା ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି। ଆଜି ଅଭିଯୁକ୍ତ ପିତବାସକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories