www.samajalive.in
Sunday, December 14, 2025
17.1 C
Bhubaneswar

ବୋଲରଙ୍କୁ ପ୍ରଶଂସା; ବ୍ୟାଟିଂ ପିଚ୍‌କୁ ଗିଲ୍‌ଙ୍କ ନାପସନ୍ଦ

ଲଣ୍ଡନ: ଏଜ୍‌ବାଷ୍ଟନ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ଭାରତ ୩୩୬ ରନ୍‌ରେ ପରାସ୍ତ କରିଛି। ପ୍ରଥମ ଥର ଏଜ୍‌ବାଷ୍ଟନ ଦୁର୍ଗ ଦଖଲ ପରେ ଏହି ବ୍ୟାଟିଂ ପିଚ୍‌ରେ ୨୦ଟି ୱିକେଟ୍‌ ନେଇଥିବା ଭାରତୀୟ ବୋଲରଙ୍କୁ ଅଧିନାୟକ ଶୁଭମନ ଗିଲ୍‌ ପ୍ରଶଂସା କରିଛନ୍ତି। ଗିଲ୍‌ କହିଛନ୍ତି, ଯଶପ୍ରୀତ୍‌‌ ଭାଇଙ୍କ ଅନୁପସ୍ଥିତିରେ ଆମେ ପ୍ରତିଦ୍ୱନ୍ଦ୍ୱୀ ଦଳର ୨୦ଟି ଯାକ ୱିକେଟ୍‌ ନେବା ନେଇ ଅନେକ ସନ୍ଦେହ ପ୍ରକାଶ କରିଥିଲେ। ଏହି ମ୍ୟାଚ୍‌‌ରେ ଦଳର ଦୁଇ ପ୍ରମୁଖ ବୋଲର ମହମ୍ମଦ୍‌‌ ସିରାଜ ଓ ଆକାଶଦୀପ ମିଳିତ ଭାବେ ୧୭ଟି ୱିକେଟ ନେଇଛନ୍ତି। ଏହା ଆମ ଲାଗି ସବୁଠାରୁ ବଡ଼ ଉପଲବ୍ଧି। ଏପରି ସଫଳତାକୁ ପ୍ରଶଂସା କରିବା ଲାଗି ମୋ ନିକଟରେ ଭାଷା ନାହିଁ। ଏହି ବୋଲର ଓ ଖେଳାଳି ଆମ ଦେଶରେ ସର୍ବଶ୍ରେଷ୍ଠ। ଏମାନେ ଯେଉଁଠି ଖେଳନ୍ତୁ ନା କାହିଁକି; ପ୍ରତିପକ୍ଷର ୨୦ଟି ୱିକେଟ ନେଇପାରିବେ।

ବ୍ୟାଟିଂ ଅନୁକୂଳ ପିଚ୍‌ ଓ ପୁରୁଣା ବଲ୍‌ରେ କୁଲଦୀପ ଯାଦବଙ୍କ ପରି ବୋଲର ଦଳ ଲାଗି ଅଧିକ ଲାଭବାନ ସାବ୍ୟସ୍ତ ହୋଇଥା’ନ୍ତେ। ଏହା ସମ୍ପର୍କରେ ଗିଲଙ୍କ ମତ ହେଲା, କୁଲଦୀପ୍‌‌ ଭାଇଙ୍କ ବୋଲିଂର ତୁଳନା ନାହିଁ। କିନ୍ତୁ ଶେଷଭାଗ ବ୍ୟାଟିଂକୁ ଶକ୍ତିଶାଳୀ କରିବା ଲାଗି ୱାଶିଂ (ସୁନ୍ଦର)ଙ୍କୁ ଖେଳାଇଥିଲୁ। ଏହା ଆମ ଲାଗି ଲାଭବାନ ସାବ୍ୟସ୍ତ ହୋଇଛି। ଏଣୁ ଆମ ନିଷ୍ପତ୍ତି ଠିକ୍‌‌ ଥିଲା। ଗିଲ୍‌ ଆହୁରି କହିଛନ୍ତି, ବ୍ୟାଟିଂ ଅନୁକୂଳ ପିଚ୍‌ ଓ ଡ୍ୟୁକ୍‌‌ ବଲ୍‌‌ରେ ବୋଲରଙ୍କୁ ସହାୟତା ବିନା ଇଂଲଣ୍ଡରେ ଟେଷ୍ଟ ମ୍ୟାଚ୍‌‌ ଗୁରୁତ୍ବ ହରାଇଛି। ଦୀର୍ଘ ୫୮ ବର୍ଷ ପରେ ଏଜ୍‌‌ବାଷ୍ଟନରେ ଭାରତ ଟେଷ୍ଟମ୍ୟାଚ୍‌‌ ଜିତିଛି ସତ, କିନ୍ତୁ ଏହି ବିଜୟରେ ମଜା ନାହିଁ। ଏଠାରେ ଭାରତୀୟ ବୋଲର ଇଂଲଣ୍ଡର ୨୦ଟି ଯାକ ୱିକେଟ ନେଇ ପାରିଛନ୍ତି। କିନ୍ତୁ ଏହା ମଧ୍ୟରୁ ୧୫ଟି ୱିକେଟ କେବଳ ନୂଆ ବଲ୍‌‌ରେ ମିଳିଛି। ଏଭଳି ପରିବେଶରେ ବିଦେଶ ମାଟିରେ ସର୍ବବୃହତ୍‌‌ ବ୍ୟବଧାନରେ ବିଜୟ ଏବଂ ଭାରତକୁ ସିରିଜ୍‌‌ ବରାବର କରିବାରେ ବୋଲର ସହାୟତା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories