ଆରଡି: ଭଦ୍ରକ ଜିଲା ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ସପ୍ତମ ଶ୍ରେଣୀର ଛାତ୍ରୀ ଶ୍ରେୟାଂସି ଦାଶ ଭାରତୀୟ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ରାଜ୍ୟସ୍ତରୀୟ ସପ୍ତମଶ୍ରେଣୀ ବୃତ୍ତି ପରୀକ୍ଷାରେ ୭ମ ସ୍ଥାନ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଶ୍ରେୟାଂସି ପୂର୍ବରୁ ପଞ୍ଚମ ଶ୍ରେଣୀରେ ସରକାରୀ ବୃତ୍ତି, ଆଦର୍ଶ ସହ ନବୋଦୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷାକେନ୍ଦ୍ର ପାଇଁ ଗୌରବ ଆଣିଥିଲେ।
ଶିକ୍ଷା ବିଭାଗର ଅନୁମୋଦନ ଓ ଭାରତୀୟ ଶିକ୍ଷା ପରିଷଦ ସହ ବନ୍ଧନରେ ଆରଡିପୀଠରେ ଥିବା ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପ୍ରତିବର୍ଷ ସରକାରୀ ଓ ବେସରକାରୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଗଧାଡିରେ ରହିବା ସହ କୃତିତ୍ୱ ଆଣି ଶିକ୍ଷାକେନ୍ଦ୍ରକୁ ସଫଳତା ଦେଇଛନ୍ତି।



