ଫୁଲବାଣୀ: ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ ଛାତ୍ରଛାତ୍ରୀ ଶିକ୍ଷାର ଉନ୍ନତି ନିମନ୍ତେ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ। ଫୁଲବାଣୀ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରି ଶିକ୍ଷକ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଅନୁଧ୍ୟାନ କରିଥିଲେ।
ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢି ବିଦ୍ୟାଳୟର ନା ରଖିବା ସହିତ ଭବିଷ୍ୟତ ବଡ ମଣିଷ ହେବା ପାଇଁ ପ୍ରେରଣା ଦେଇଥିଲେ।



