www.samajalive.in
Monday, December 15, 2025
16.1 C
Bhubaneswar

ଗୁଳିବିନିମୟସ୍ଥଳରେ ସାଧାରଣ ନାଗରିକ ମୃତ୍ୟୁ ପାଇଁ ସେମାନେ ନିଜେ ଦାୟୀ: ଡିଜିପ

ଶ୍ରୀନଗର : କିଏ ଆତଙ୍କବାଦୀ ଓ କିଏ ସାଧାରଣ ନାଗରିକ ତାହା ବନ୍ଧୁକର ଗୁଳି ବିଚାର କରିପାରେ ନାହିଁ। ତେଣୁ ଗୁଳିବିନିମୟ ସ୍ଥଳରେ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ସେମାନେ ନିଜେ ହିଁ ଦାୟୀ ବୋଲି ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଏସପି ବୈଦ କହିଛନ୍ତି। ଗୁରୁବାର ବୈଦ କହିଛନ୍ତି ଯେ ଗୁଳିବିନିମୟସ୍ଥଳ ବିବାହ ଉତ୍ସବର ସ୍ଥାନ ନୁହେଁ; ତେଣୁ ଏପରି ସ୍ଥାନରୁ ସାଧାରଣ ଜନତା ଦୂରେଇ ରହିବା ଦରକାର। କେହି କେବେହେଲେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଚାହେଁ ନାହିଁ; ଏପରି ମୃତ୍ୟୁରେ ସୁରକ୍ଷାକର୍ମୀମାନେ ଦୁଃଖ ପ୍ରକାଶ କରିଥାନ୍ତି। ବୁଧବାର କୁଲଗାଓଁ ଜିଲାରେ ଗୁଳିବିନିମୟ ଘଟି ୪ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହେବା ପରେ ପୁଲିସ ଡିଜିପି ଏପରି ମତ ଦେଇଛନ୍ତି। ଟ୍ୱିଟ୍‌ରରେ ଚାଲିଥିବା ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ଶ୍ରୀ ବୈଦ ଏପରି ମତ ଦେଇଛନ୍ତି। ଆତଙ୍କବାଦୀଙ୍କୁ ସୁରକ୍ଷା ଦେବାକୁ କାଶ୍ମୀର ଯୁବକମାନେ ଗୁଳିବିନିମୟସ୍ଥଳକୁ ଆସି ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥର ମାଡ କରିଥାନ୍ତି। ଏହି ସମୟରେ ସେମାନେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥାନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories