www.samajalive.in
Sunday, December 14, 2025
19.1 C
Bhubaneswar

ଗଣଦୁଷ୍କର୍ମକାରୀଙ୍କୁ ୨୦ବର୍ଷ ଜେଲ

କେନ୍ଦୁଝରଗଡ଼/କେନ୍ଦୁଝର : ଏକ ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‍ କେନ୍ଦୁଝର ଗୁରୁବାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୨୦ବର୍ଷ ଜେଲ ଓ ୩୦ହଜାର ଟଙ୍କା ଜରିମାନା ଏବଂ ଜୋରିମାନା ଅନାଦାୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବଡବିଲ ଥାନା ଉଲିବୁରୁ ଗ୍ରାମର ଜନୈକା ଆଦିବାସୀ ଯୁବତୀ ୧୪ମାର୍ଚ୍ଚ ୨୦୧୪ ସନ୍ଧ୍ୟାରେ ନିକଟସ୍ଥ ହାୟରପୁର ଗ୍ରାମରୁ ମାଘେ ପରବ ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ଯାଉଥିବା ଉଲିବୁରୁ ଗ୍ରାମର ଗୋପାଳ ଚନ୍ଦ୍ର ମହାନ୍ତ (୪୫) ଓ ବଲାଣି ଥାନା ଅଧିନ ଭୂୟାଁବସ୍ତିର କରନ ହେସା(୨୨) ଯୁବତୀଜଣକୁ ଘରେ ଛାଡି ଦେବା କହି ବାଇକରେ ବସାଇ ଆଣି ରାସ୍ତାରେ ଥିବା ଜଙ୍ଗଲରେ ଯୁବତୀଜଣକୁ ମଦ ପିଆଇ ରାତିତମାମ୍‍ ଦୁଷ୍କର୍ମ କରି ଜଙ୍ଗଲରେ ଛାଡି ପଳାଇଥିଲେ। ଏ ନେଇ ଯୁବତୀଜଣକ ତହିଁ ପରଦିନ ଘର ଲୋକଙ୍କ ଆଗରେ କହିବା ପରେ ବଡବିଲ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଗୁରୁବାର ଅଭିଯୁକ୍ତ ଗୋପାଳ ମହାନ୍ତ ଓ କରନ ହେସାଙ୍କୁ ଅତିରିକ୍ତ ଜିଲା ଓ ଦୌରାଜଜ୍‍ କେନ୍ଦୁଝର ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ କାରାଦଣ୍ଡ ସହ ୩୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦାୟ ଅଧିକ ୧ବର୍ଷ ସଶ୍ରମ କରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories