ମୋଦି ବିଶ୍ୱର ୮ମ ସମ୍ମାନାସ୍ପଦ ବ୍ୟକ୍ତି

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ୮ମ ସମ୍ମାନାସ୍ପଦ ବ୍ୟକ୍ତି ବିବେଚିତ ହୋଇଛନ୍ତି। ଲଣ୍ଡନସ୍ଥିତ ଏକ ଗବେଷଣାକାରୀ ସଂସ୍ଥାର ସର୍ଭେ ଅନୁଯାୟୀ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବିଶ୍ୱର ପ୍ରଥମ ସମ୍ମାନାସ୍ପଦ ବ୍ୟକ୍ତି ହୋଇଥିବାବେଳେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ପ୍ରଥମ ସମ୍ମାନାସ୍ପଦ ମହିଳା। ସମ୍ମାନାସ୍ପଦ ବ୍ୟକ୍ତି ତାଲିକାର ଦ୍ୱିତୀୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା, ତୃତୀୟରେ ଅଭିନେତା ଜ୍ୟାକି ଚାନ୍ଦ, ୪ର୍ଥରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ୫ମରେ ଆଲିବାବା ପ୍ରତିଷ୍ଠାତା ଜ୍ୟାକ ମା, ୬ଷ୍ଠରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ୭ମରେ ଧର୍ମଗୁରୁ ଦଲାଇଲାମା, ୮ମରେ ନରେନ୍ଦ୍ର ମୋଦି, ୯ମରେ ଅଭିନେତା ଅମିତାଭ ବଚ୍ଚନ ଓ ୧୦ମରେ କ୍ରିଷ୍ଟିଆନୋ ରୋନାଲ୍ଡୋ ରହିଛନ୍ତି। ସମ୍ମାନାସ୍ପଦ ମହିଳା ତାଲିକାର ୧୧, ୧୨ ଓ ୧୩ ସ୍ଥାନରେ ଯଥାକ୍ରମେ ଏ୍ୟ÷ଶ୍ୱର୍ଯ୍ୟା ରାୟ, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପଦୁକୋନ ରହିଛନ୍ତି।

Leave A Reply