୯ ବିଚାରପତିଙ୍କ ପଦୋନ୍ନତି ନିଷ୍ପତ୍ତି
ନୂଆଦିଲ୍ଲୀ : ୯ ଜଣ ବରିଷ୍ଠ ବିଚାରପତିଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ଆଇନ ମନ୍ତ୍ରଣାଳୟ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ ୪ ଜଣ କଲିକତା ହାଇକୋର୍ଟ ଏବଂ ୫ ଜଣ ମଧ୍ୟପ୍ରଦେଶ ହାଇକୋର୍ଟରେ ନିଯୁକ୍ତି ପାଇବେ। ତେବେ କଲିକତା ହାଇକୋର୍ଟ ପକ୍ଷରୁ ସୁପାରିସ କରିଥିବା ଜଣେ ବିଚାରପତିଙ୍କ ପଦୋନ୍ନତି ବିଷୟରେ କେନ୍ଦ୍ର ସରକାର ନିଷ୍ପତ୍ତି ସଂରକ୍ଷିତ ରଖିଥିବା ଜଣାପଡିଛି। ଏହାଦ୍ୱାରା ଅଧିକାରୀ ଏବଂ ସୁପ୍ରିମକୋର୍ଟ ମଧ୍ୟରେ ଆଉ ଏକ ବିବାଦର ସୂତ୍ରପାତ ଆଶଙ୍କା ସୃଷ୍ଟି ହୋଇଛି। ୨୦୧୭ରେ କଲିକତା ହାଇକୋର୍ଟ ପକ୍ଷରୁ ୭ ଜଣ ବିଚାରପତିଙ୍କ ନାମ ପଦୋନ୍ନତି ଲାଗି ସୁପାରିସ କରାଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୫ ଜଣଙ୍କ ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ ମନୋନୟନ କରିଥିଲେ।