www.samajalive.in
Friday, December 12, 2025
16.1 C
Bhubaneswar

ଜାଣନ୍ତୁ ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର କେଉଁ ଦ୍ରବ୍ୟକୁ ବ୍ୟବହାର କରିବା ଅନୁଚିତ

ବହୁ ସମୟରେ ଏପରି ହୋଇଥାଏ ଆମେ ଅନ୍ୟମାନଙ୍କର କେତେକ ଦ୍ରବ୍ୟକୁ ନିଜେ ବ୍ୟବହାର କରିଥାଉ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନ୍ୟମାନଙ୍କର କେତେକ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ। କାରଣ ଏହା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜାଣନ୍ତୁ ବାସ୍ତୁ ଅନୁଯାୟୀ ଅନ୍ୟମାନଙ୍କର କେଉଁ ଦ୍ରବ୍ୟକୁ ବ୍ୟବହାର କରିବା ଅନୁଚିତ ….
ମିଳିଥିବା ଉପହାର –
ଯଦି ଆପଣଙ୍କୁ କେହି କୌଣସି ଦ୍ରବ୍ୟ ଉପହାର ଦେଉଛି ତେବେ ସେହି ଦ୍ରବ୍ୟକୁ ଆପଣ ଅନ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ। ଏତଦ ବ୍ୟତୀତ ଯଦି କୌଣସି ବସ୍ତୁ ଆପଣଙ୍କ ସୌଭାଗ୍ୟ ସହ ଜଡ଼ିତ ତାହାକୁ ମଧ୍ୟ ଅନ୍ୟ କାହାକୁ ଉପହାର ଦିଅନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ନିକଟରୁ ଉଭୟ ସକରାତ୍ମକ ଓ ନକରାତ୍ମକ ଶକ୍ତି ଚାଲିଯାଇଥାଏ। ଆପଣଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ।
ଘଣ୍ଟା –
ବାସ୍ତୁ ଅନୁଯାୟୀ ଅନ୍ୟ କାହାର ଘଣ୍ଟା ନିଜ ହାତରେ ପିନ୍ଧନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କୁ ସଫଳତା ପ୍ରାପ୍ତି ହୋଇନଥାଏ। ଆପଣଙ୍କ ପରିଶ୍ରମ ମଧ୍ୟ ବୃଥା ହୋଇଥାଏ।
ଅନ୍ୟର ବସ୍ତ୍ର ପରିଧାନ କରନ୍ତୁ ନାହିଁ –
ଅନ୍ୟ ବସ୍ତ୍ର ପରିଧାନ କରିବା ଦ୍ୱାରା ସେହି ବ୍ୟକ୍ତିର ନକରାତ୍ମକ ଶକ୍ତି ଆପଣଙ୍କ ନିକଟକୁ ଆସିଥାଏ। ତେଣୁ ଅନ୍ୟର ବସ୍ତ୍ର ପିନ୍ଧିବା ଉଚିତ ନୁହେଁ।
କଲମ –
ଯହି ଆବଶ୍ୟକ ସମୟରେ ଆପଣ ଅନ୍ୟ କାହାର କଲମ ନେଉଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ତାଙ୍କ କଲମ ନିଶ୍ଚୟ ଫେରାନ୍ତୁ। କଲମ ଫେରସ୍ତ ନ କରିବା ଦ୍ୱାରା ଏହା ଆପଣଙ୍କ ଆର୍ଥିକ ସ୍ଥିତି ଉପରେ କୁପ୍ରଭାବ ପକାଇଥାଏ।
ବିଛଣାର ବ୍ୟବହାର –
କେବେ ମଧ୍ୟ ଅନ୍ୟ କାହାର ବିଛଣା କିମ୍ବା ଶୋଇବା କକ୍ଷର ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଧନସମ୍ପତ୍ତିର କ୍ଷୟ ହେବା ସହ ଅଶାନ୍ତି ଲାଗି ରହିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories