www.samajalive.in
Tuesday, December 9, 2025
16.1 C
Bhubaneswar

ରିଲିଜ୍‍ ହୋଲା ‘ନୋଟବୁକ୍‍’ ଚଳଚ୍ଚିତ୍ରର ପୋଷ୍ଟର୍‍

ମୁମ୍ବଇ : ବଲିଉଡ଼ ଭାଇଜାନ୍‍ ସଲମାନ ଖାନଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ର ‘ନୋଟବୁକ୍‍’ର ପୋଷ୍ଟର ରିଲିଜ୍‍ ହୋଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ସଲମାନ ଦୁଇ ନବାଗତ କଳାକାର ପ୍ରନୂତନ୍‍ ବହଲ ଓ ଜାହୀର ଇକବାଲ୍‍ଙ୍କୁ ବଲିଉଡ଼ରେ ଏଣ୍ଟ୍ରି କରାଇଛନ୍ତି। ଏହାର ନିର୍ଦ୍ଦେଶନା ଭାର ନିତିନ କକ୍କର୍‍ ବହନ କରିଛନ୍ତି। ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‍ ହେବା ସହ ୨୨ ଫେବୃଆରୀରେ ଏହାର ଟ୍ରେଲର ରିଲିଜ୍‍ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି। ପୋଷ୍ଟରରେ ଏକ ଡାଏରୀ ଦେଖିବାକୁ ମିଳିଛି ଯାହାର ଗୋଟିଏ ଫର୍ଦ୍ଦରେ ଜାହୀର ଅଛନ୍ତି ଓ ଅନ୍ୟ ଫର୍ଦ୍ଦରେ ପ୍ରନୂତନ୍‍। ତେବେ ପ୍ରଥମ ଚଳଚ୍ଚିତ୍ରକୁ ନେଇ ଉଭୟ କଳାକାର ଖୁବ୍‍ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରନୂତନ ବହଲ ଅଭିନେତା ମୋହନିଶ ବହଲଙ୍କ ଝିଅ। ପୂର୍ବରୁ ସଲମାନ ଅନେକ ନୂଆ କଳାକାରଙ୍କୁ ବଲିଉଡ଼ରେ ସୁଯୋଗ ଦେଇଥିବା ବେଳେ ଏବେ ପୁଣି ତାଙ୍କ ଦ୍ୱାରା ସୁଯୋଗ ପାଇଥିବା ଏହି ଦୁଇ କଳାକାର ବଲିଉଡ଼ରେ ସଫଳତା ହାସଲ କରିପାରୁଛନ୍ତି କି ନାହିଁ ତାହା ‘ନୋଟବୁକ୍‍’ ମୁକ୍ତିଲାଭ ହେବା ପରେ ହିଁ ଜଣାପଡ଼ିବ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories