www.samajalive.in
Sunday, December 14, 2025
19.1 C
Bhubaneswar

‘ଆମ ସଂକଳ୍ପ ନିଶା ନୁହେଁ, ଜୀବନ’ ସଚେତନତା ଶୋଭାଯାତ୍ରା ଆୟୋଜିତ

ରଣପୁରଗଡ: ରାଜ୍ୟ ଅବକାରୀ ବିଭାଗ ତରଫରୁ ଗତ ମେ’ ୩୧ରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ‘ଆମ ସଂକଳ୍ପ ନିଶା ନୁହେଁ, ଜୀବନ’ ଜୁନ୍ ୨୬ ତାରିଖ ଯାଏଁ ଚାଲିବ। ସେହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ତରଫରୁ ମଙ୍ଗଳବାର ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ମିଶନ ଶକ୍ତି ମହିଳା ମାନଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା କରାଯାଇଥିଲା। ଗ୍ରାମ ପଞ୍ଚାୟତରୁ ବାହାରି ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲେ। ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରକୁ ପରିଣାମ ଲୋକଙ୍କୁ ଅବଗତ କରିବା ସହିତ ଅପମିଶ୍ରିତ, ବିଷାକ୍ତ ଓ ଚୋରା ମଦ କାରବାର ରୋକିବା ଲାଗି ସଂକଳ୍ପ ଏକ ବଳିଷ୍ଠ ପଦକ୍ଷେପ ବୋଲି ସଚେତନ ବାର୍ତ୍ତା ପ୍ରଚାର କରିଥିଲେ।

ଏମବିକେ କବିତା ବେହେରା, ସିଆରପି ନିରୁପମା ଆଚାର୍ଯ୍ୟ, ହରପ୍ରିୟା ସାମନ୍ତରାୟ ଓ ପ୍ରଭାସିନୀ ପ୍ରଧାନ, ପି ଏମ୍ ମୀନାକ୍ଷୀ ପଟ୍ଟନାୟକ, କେ ଏମ୍ ଅଞ୍ଜଳି ବେହେରା, ସବିତା ସ୍ବାଇଁ, ବାଟ ମଙ୍ଗଳା, ବାବା ଚନ୍ଦ୍ରଶେଖର ସ୍ୱୟଂ ସହାୟକ ଗୋଷ୍ଠୀ, ହେମଲତା ଯେନା ଓ ବେବୀ ମଣ୍ଡଳ ଆଦି ୫୦ରୁ ଉର୍ଦ୍ଧ୍ବ ମହିଳା ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିଥିଲେ। ରଣପୁର ଅବକାରୀ ଥାନା ଉପନିରୀକ୍ଷକ ଅର୍ପିତାରାଣୀ ସାହୁ, ଅତିରିକ୍ତ ଉପ ନିରୀକ୍ଷକ ନିର୍ମଳ କୁମାର ବେହେରା, କନେଷ୍ଟବଳ ବିକାଶ, ଅନିଲ ଓ ରମ୍ଭା ରାଉତ ଯୋଗ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories