www.samajalive.in
Sunday, December 14, 2025
23.1 C
Bhubaneswar

କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଖୋଲୁନି ଶିବପ୍ଲାଜା

ଆରଡି : ରାଜ୍ଯର ପ୍ରମୁଖ ପର୍ଯ୍ଯଟନସ୍ଥଳ ଭାବେ ମାନ୍ଯତା ପାଇଥିବା ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମକୁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ମାନସିକ ପୂଜା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି। ଏପରିକି ପୀଠରେ ମୁଖ୍ଯପର୍ବ ଜାଗରଯାତ୍ରା ସମେତ ଶିବବିବାହ ମହୋତ୍ସବ, ଶ୍ରାବଣୀଯାତ୍ରା, କାର୍ତ୍ତିକବ୍ରତ ଆଦି ପର୍ବପର୍ବାଣୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲିକ୍ଷିତ ହୋଇଥାଏ ପୀଠରେ। ଅଗଣିତ ଭକ୍ତମାନଙ୍କର ଆକୃଷ୍ଟ ନିମନ୍ତେ ପୂର୍ବ ସରକାରଙ୍କ ପକ୍ଷରୁ ପୀଠରେ ଏକ ୫୧ଫୁଟ ସୁଉଚ୍ଚ ବିଶିଷ୍ଟ ଧ୍ଯାନମଗ୍ନ ଶିବମୂର୍ତ୍ତି ସହ ତାର ସମୁଖରେ ଶିବପ୍ଲାଜା ନିର୍ମାଣ କରାଯାଇଥିଲା। ଉକ୍ତ ଶିବପ୍ଲାଜାର କାର୍ଯ୍ଯ ସମ୍ପନ୍ନ ହୋଇଥିଲେ ମଧ୍ଯ କେବଳ ପର୍ବପର୍ବାଣୀକୁ ବାଦ ଦେଲେ ଅନ୍ଯ କୌଣସି ଦିନ ଖୋଲାଯାଉନାହିଁ ଫଳରେ ମାସମାସ ଧରି ଶିବପ୍ଲାଜା ସମୁଖ ଫାଟକରେ ତାଲା ଝୁଲୁଥିବାରୁ ଭକ୍ତମାନେ ଭ୍ରମଣ କରିବାରୁ ବଞ୍ଚିତ ହେଉଛନ୍ତି। ଭକ୍ତମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଏତେ ସୁନ୍ଦର ଶିବପ୍ଲାଜାକୁ ବନ୍ଦ କରି ରଖାଯିବା ନେଇ କେନ୍ଦ୍ରାପଡାର ମଣିବାବା ଭକ୍ତ ମହାସଂଘ ଓ କଟକର ମଣିଶ୍ରୀ ଭକ୍ତ ମହାସଂଘ  ନିନ୍ଦା ପ୍ରକାଶ  କରିଛନ୍ତି। ଏପରିକି ପ୍ରତିଦିନ ମଣିବାବାଙ୍କ ପୀଠକୁ ଆସୁଥିବା ଭକ୍ତମାନେ ଶିବପ୍ଲାଜା ନଯାଇ ନିରାଶ ହୋଇ ଫେରୁଛନ୍ତି। ଏପରିକି କିଛି ଭକ୍ତ ଶିବପ୍ଲାଜା ଭିତରକୁ ନଯାଇ  ଫାଟକ ସମୁଖରେ ଫଟୋ ଉଠାଇ ନିରାଶ ହେଉଛନ୍ତି। ଏପରି ସମ୍ପର୍କରେ ଜିଲା ଗୃହନିର୍ମାଣ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ କୌଣସି ଉତ୍ତର ମିଳିପାରିନଥିଲା ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories