www.samajalive.in
Sunday, December 14, 2025
26.1 C
Bhubaneswar

ଟୁରିଜିମ୍‌ କେନ୍ଦ୍ର ସ୍ଥାପନ ପାଇଁ ଟୁରିଜିମ୍‌ ସେକ୍ରେଟାରୀଙ୍କ କ୍ଷେତ୍ରୀୟ ପରିଦର୍ଶନ

ଧାମରା: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ନିକଟସ୍ଥ ଚନ୍ଦନୀ ପାଳଠାରେ ଏକ ଟୁରିଜିମ୍‌ କେନ୍ଦ୍ର ସ୍ଥାପନ ପାଇଁ ଆଜି ଟୁରିଜିମ୍‌ ସେକ୍ରେଟାରୀ ବଳବନ୍ତ ସିଂ, ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ଆସି କ୍ଷେତ୍ରୀୟ ପରିଦର୍ଶନ କରିଥିଲେ। ସେକ୍ରେଟାରୀ ଏବଂ ଜିଲ୍ଲାପାଳ ଚନ୍ଦନୀପାଳ ଠାରେ ପହଂଚିବା ପୂର୍ବରୁ ସେଠାରେ ଚାନ୍ଦବାଲି ତହସିଲଦାର ଭଵତୋଷ ମଲିକ, ଜିଲ୍ଲା ଟୁରିଜିମ୍‌ ଅଫିସର ସୁଧାଂଶୁ ସ୍ୱାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହିଥିଲେ। ତହସିଲଦାର ଏବଂ ଜିଲ୍ଲା ଟୁରିଜିମ୍‌ ଅଧିକାରୀ ଅମର ନଗର ମୌଜାରେ ଥିବା ୩୩ଏକର ଗ୍ରାମ୍ୟ ଜଙ୍ଗଲକୁ ସମ୍ପୃକ୍ତ ଅଧିକାରୀଙ୍କୁ ଦେଖାଇବା ସହ ଏହି ସ୍ଥାନରେ ଟୁରିଜିମ୍‌ କେନ୍ଦ୍ର ସ୍ଥାପନା କରାଯିବାର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ଅଂଚଳବାସୀ ଦାବୀ ଜଣାଇଥିଲେ। ପରେ ସେକ୍ରେଟାରୀ ଏବଂ ଭଦ୍ରକ ଜିଲ୍ଲାପାଳ, ସବ କଲେକ୍ଟର, ଧାମରା ଆର ଆଇ, ପ୍ରମୁଖ ଚାନ୍ଦବାଲି ବନ ବିଭାଗ ବୋଟରେ ବଙ୍ଗୋପସାଗର ମୁହାଣ, ଧାମରା ନଦୀତଟ, ବୈତରଣୀ, ମଂତେଇ ନଦୀ ଗୁଡିକ ବୁଲି ଦେଖିବା ପରେ ଫେରିଥିଲେ।

ଖୁବ୍‌ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି, ଜମି..

ବହୁତ ଶସ୍ତାରେ ଭିଭୋ ଆଣିଲା ଦମ୍‌ଦାର୍‌ ଫିଚର୍‌ ଥିବା ଏହି ୫ଜି ଫୋନ୍‌

- Advertisement -

ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍‌ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories