www.samajalive.in
Saturday, December 6, 2025
26.1 C
Bhubaneswar

ବହୁତ ଶସ୍ତାରେ ଭିଭୋ ଆଣିଲା ଦମ୍‌ଦାର୍‌ ଫିଚର୍‌ ଥିବା ଏହି ୫ଜି ଫୋନ୍‌

ନୂଆଦିଲ୍ଲୀ : ଭିଭୋ ଭାରତରେ ୧୦,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଜବରଦସ୍ତ ଫିଚର୍‌ର ଏକ ୫ଜି ଫୋନ୍ ଲଞ୍ଚ କରିଛି। ଚୀନ୍ କମ୍ପାନୀର ଏହି ଫୋନ୍ ୮ଜିବି ରାମ୍, ୬୦୦୦ଏମ୍ଏଏଚ୍ ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର ସହ ଆସିଛି । ଭିଭୋ ଟି ସିରିଜର ଏହି ଫୋନ୍ ଏହି ବର୍ଷ ଲଞ୍ଚ ହୋଇଥିବା ଭିଭୋ ଟି୪ ୫ଜିର ଏକ ଡାଉନଗ୍ରେଡ୍ ମଡେଲ୍। କମ୍ପାନୀ ଦାବି ଅନୁଯାୟୀ, ଏହା ଏହି ସେଗମେଣ୍ଟରେ ୬୦୦୦ଏମ୍ଏଏଚ୍ ବ୍ୟାଟେରୀ ସହିତ ସବୁଠାରୁ ଶସ୍ତା ଫୋନ୍।

ଭିଭୋ ଏହି ଫୋନକୁ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଲଞ୍ଚ କରିଛି ୪ଜିବି ର‌୍ୟାମ୍‌ + ୧୨୮ଜିବି, ୬ ଜିବି ର‌୍ୟାମ୍‌ + ୧୨୮ ଜିବି ର‌୍ୟାମ୍‌ ଏବଂ ୮ ଜିବି ର‌୍ୟାମ୍‌ + ୨୫୬ ଜିବି । ଏହି ଫୋନର ପ୍ରାରମ୍ଭିକ ମୂଲ୍ୟ ୯,୯୯୯ ଟଙ୍କା। ଅନ୍ୟ ଦୁଇଟି ଭାରିଆଣ୍ଟ ଯଥାକ୍ରମେ ୧୦,୯୯୯ ଟଙ୍କା ଏବଂ ୧୨,୯୯୯ ଟଙ୍କା। ଏହି ଫୋନର ପ୍ରଥମ ସେଲ୍ ୨ ଜୁଲାଇ ଦିନ ମଧ୍ୟାହ୍ନ ୧୨ ଟାରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଆରମ୍ଭ ହେବ । ଏହା ବ୍ୟତୀତ ଏହି ଫୋନକୁ କମ୍ପାନୀର ଅଫିସିଆଲ୍ ଇ-ଷ୍ଟୋର ଏବଂ ଅନ୍ୟାନ୍ୟ ଷ୍ଟୋରରୁ କିଣାଯାଇପାରିବ। ଏହାକୁ ଦୁଇଟି ରଙ୍ଗ ବିକଳ୍ପ Prism Blue ଏବଂ Titanium Goldରେ ଉପଲବ୍ଧ ।

ଖୁବ୍‌ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି, ଜମି..

- Advertisement -

ଏହି ଫୋନଟି ୬.୭୪-ଇଞ୍ଚ ଏଲସିଡି ଡିସପ୍ଲେ ସହିତ ଆସିଥାଏ, ଯାହାର ରିଜୋଲ୍ୟୁସନ୍ ଏଚଡି +  ଅର୍ଥାତ୍ ୭୨୦X୧୬୦୦ ପିକ୍ସେଲ। ଫୋନର ଡିସପ୍ଲେ ୧୦୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ଏବଂ ୯୦ଏଚଜେଡ୍‌ ରିଫ୍ରେସ୍ ରେଟ୍ ସପୋର୍ଟ କରେ।

ଏହି ଫୋନରେ MediaTek Dimensity ୬୩୦୦ ପ୍ରୋସେସର୍ ଅଛି, ଯାହା ସହିତ ୮ ଜିବି ର‌୍ୟାମ୍‌ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଷ୍ଟୋରେଜ୍ ସପୋର୍ଟ ହେବ।
ଏହି ଫୋନ୍‌ଟି ଡୁଆଲ୍ କ୍ୟାମେରା ସେଟ୍‌ଅପ୍ ସହିତ ଆସିଛି। ଏହାର ପଛପଟେ ୫୦ ଏମ୍‌ପି ମୁଖ୍ୟ ଏବଂ ୨ ଏମ୍‌ପି ଦ୍ୱିତୀୟ କ୍ୟାମେରା ରହିଛି। ସେଲ୍ଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୫ ଏମ୍‌ପି କ୍ୟାମେରା ଦିଆଯାଇଛି।

ଦେଖନ୍ତୁ ଛାତିଥରା ଦୃଶ୍ୟ ; ଚାହୁଁ ଚାହୁଁ ପୁଲ୍‌ରେ ଖୁସିରେ ଗାଧୋଉଥିବା ବେଳେ ଚାଲିଗଲା ଜୀବନ

ଏହି ଫୋନ୍‌ଟି ୧୫ ୱାଟ୍‌ ୟୁଏସବି ଟାଇପ୍‌ ସି ଚାର୍ଜିଂକୁ ସମର୍ଥନ କରେ ଏବଂ ଏକ ଶକ୍ତିଶାଳୀ ୬୦୦୦ ଏମଏଏଚ ବ୍ୟାଟେରୀ ରହିଛି। ଏଥିରେ ଡୁଆଲ୍ ବ୍ୟାଣ୍ଡ ୱାଇଫାଇ, ଡୁଆଲ୍ ୫ଜି, ବ୍ଲୁଟୁଥ୍ ଭଳି ଫିଚର୍‌ ରହିଛି ।
ସୁରକ୍ଷା ପାଇଁ ଫୋନଟିରେ ଏକ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ମିଳିବ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories