www.samajalive.in
Friday, December 5, 2025
26.1 C
Bhubaneswar

ନେହେରୁଙ୍କ ଚିଠିକୁ ନେଇ ରାଜନୀତି, ଆଇନଗତ ସହାୟତା ନେବାକୁ ପିଏମଏମଏଲର ଯୋଜନା

ସମାଜ ଡିଜିଟାଲ​‌ ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ଦେଶର ରାଜନୀତି ସବୁବେଳେ ସରଗରମ ରହିଥାଏ। ବର୍ତ୍ତମାନ ତାଙ୍କ ଦ୍ଵାରା ଲିଖିତ ଏକ ପତ୍ରକୁ ନେଇ ରାଜନୈତିକ କାଦୁଆ ଫିଙ୍ଗା ଆରମ୍ଭ ହୋଇଯାଇଛି। ଏହା ବର୍ତ୍ତମାନ ରାଜନୀତିରୁ ଆଇନଗତ ଲଢ଼େଇ ଆଡକୁ ଗତି କରିଛି।

ପିଏମଏମଏଲ ଅର୍ଥାତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପୁସ୍ତକାଳୟ ସୋସାଇଟି ଚାହୁଁଛି ଯେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନେହେରୁଙ୍କ ଦ୍ଵାରା ଲିଖିତ ପତ୍ର ଫେରସ୍ତ କରିଦିଅନ୍ତୁ। ପିଏମଏମଏଲ ତରଫରୁ ଏହି ପ୍ରସଙ୍ଗରେ ସୋନିଆଙ୍କୁ ଚିଠି ଲେଖାଯାଇଛି। ସୋନିଆଙ୍କ ତରଫରୁ କୌଣସି ଉତ୍ତର ନ ମିଳିବାରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପତ୍ର ଜରିଆରେ ଅନୁରୋଧ କରାଯାଇଛି। କିନ୍ତୁ କଥା ଆଗକୁ ବଢ଼ିପାରି ନାହିଁ।

- Advertisement -

ପିଏମଏମଏଲ ସୋସାଇଟିର ବାର୍ଷିକ ସାଧାରଣ ସଭାରେ ଏହି ପ୍ରସଙ୍ଗ ଉପରେ ଗମ୍ଭୀରତାର ସହିତ ବିଚାର ବିମର୍ଶ ହୋଇଛି। ଏଥିପାଇଁ ସରକାର କ’ଣ ରଣନୀତି ଗ୍ରହଣ କରିବେ ସେ ନେଇ ଆଲୋଚନା ହୋଇଛି।

ଦିଲ୍ଲୀର ତିନି ମୂର୍ତ୍ତି ମାର୍ଗରେ ରହିଥିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ ରହିଛି। ୧୯୭୧ରେ ନେହେରୁ ମେମୋରିଆଲ ମ୍ୟୁଜିଅମ ଆଣ୍ଡ ଲାଇବ୍ରେରୀକୁ ନେହେରୁଙ୍କ ପତ୍ର ଦିଆଯାଇଥିଲା। ୨୦୨୩ରେ ଏହି ସଂଗ୍ରହାଳୟ ନାମ  ବଦଳାଯାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରାଯାଇଥିଲା। ୨୦୦୮ରେ ସଂଗ୍ରହାଳୟରୁ ୫୧ଟି ଡବାକୁ ଗାନ୍ଧୀ ପରିବାର ନେଇଥିଲେ। ୨୦୨୪ରେ ପିଏମଏମଏଲ ସଦସ୍ୟ ରିଜଓ୍ବାନ କାଦରି ସୋନିଆଙ୍କୁ ଚିଠି ଲେଖି ସେହିସବୁ ଡବାକୁ ଫେରାଇ ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ସୋନିଆ କିଛି ଉତ୍ତର ଦେଇନାହାନ୍ତି। ତେଣୁ ଆଇନଗତ ସାହାଯ୍ୟ ନେବାକୁ ପିଏମଏମଏଲ ପକ୍ଷରୁ ଯୋଜନା କରାଯାଉଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories