
ଆଠଗଡ ବ୍ଲକ୍ ସମ୍ମୁଖରେ ଉତ୍ତେଜନା

କଟକ : ଆଠଗଡ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୁଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତେଜନା ରୋକିବାକୁ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଥିବାବେଳେ ପୁଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ବ୍ଲକ ପରିସରରେ ବିଏନଏସ୍ ୧୬୩ ଧାରା ଲାଗୁ କରାଯାଇଛି।
Comments are closed.