www.samajalive.in
Saturday, December 13, 2025
18.1 C
Bhubaneswar

ଆଠଗଡ ବନ ବିଭାଗର ଚଡାଉ: ଗୋଟିଏ ଜେସିବି ଓ ଦୁଇ ଟ୍ରାକ୍ଟର ଜବତ

ଆଠଗଡ : ଆଠଗଡ ବନ ବିଭାଗକୁ  ବଡ ସଫଳତା ମିଳିଛି।  ରବିବାର ଜଙ୍ଗଲ ଜମିରୁ ମାଟି ଓ ମୋରମ ତାଡି ଚାଲାଣ କରୁଥିବାବେଳେ ଆଠଗଡ ବନ ବିଭାଗ ଚଢାଉ କରିଛି। ଏବଂ ଗୋଟିଏ ଜେସିବି ମେସିନ ସହିତ ଦୁଇଟି ଟ୍ରାକ୍ଟର ଜବତ କରାଯାଇଛି। ଆଠଗଡ ବନାଞ୍ଚଳର ସଦର ସେକ୍ସନ ଅନ୍ତର୍ଗତ ଫୁଲବାଡି ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ମୋରମ ତାଡି ଏକାଧିକ ଗାଡିରେ ଚାଲାଣ ହେଉଥିବା ଖବର ପାଇ ଡିଏଫଓ ଡାକ୍ତର ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ଏହି ଚଢାଉ କରିଥିଲେ । ବନପାଳ ଆଶିଷ ନାୟକ, ସୁଶୀଲ କୁମାର ଜେନା, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରା, ପ୍ରିୟମ୍ବଦା ମହାନ୍ତି ପ୍ରମୁଖ ଏହି ଚଢାଉରେ ସାମିଲ ହୋଇ ଗାଡିଗୁଡିକୁ ଜବତ କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories