www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟପ୍ରାଚ୍ୟ ଉତ୍ତେଜନା; ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଇରାନ ରାଷ୍ଟ୍ରପତି ମାସୌଦ ପେଜେସକିଆନଙ୍କ ସହିତ କଥା ହୋଇଛନ୍ତି। କଥାବାର୍ତ୍ତା କାଳରେ ମୋଦୀ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଉତ୍ତେଜନାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ସହିତ ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ​‌ନେବାକୁ ସେ ଇରାନ ରାଷ୍ଟ୍ରପତିଙ୍କୁ କହିଛନ୍ତି। ଦ୍ବିପାକ୍ଷିକ ଉତ୍ତେଜନାକୁ ହ୍ରାସ କରିବା ଲାଗି କୂଟନୀତି କିମ୍ବା କଥାବାର୍ତ୍ତା ଭଳି ମାଧ୍ୟମକୁ ଆପଣେଇବା ଲାଗି ମୋଦୀ ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରହିପାରିବ। ପେଜେସକିଆନଙ୍କ ସହିତ ମୋଦୀ ପ୍ରାୟ ୪୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲେ।

ସେହିପରି ପେଜେସକିଆନ ଭାରତକୁ ନିଜର ବନ୍ଧୁ ବୋଲି ବିବେଚନା କରିବା ସହିତ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠାରେ ଭାରତକୁ ଏକ ଅଂଶୀଦାର ଭାବେ ମନେ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଭାରତର ଏପରି ପ୍ରୟାସ ପାଇଁ ପେଜେସକିୟାନ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ଏଥିରେ ଆମେରିକା ଏବେ ସାମିଲ ହୋଇଛି। ଇସ୍ରାଏଲର ପକ୍ଷ ନେଇ ଆମେରିକା ଏବେ ଇରାନ ଉପରେ ଆକ୍ରମଣ କରିଛି। ଆମେରିକାର ଆକ୍ରମଣ ପରେ ଏହି ଯୁଦ୍ଧ ବ୍ୟାପକ ହେବାରେ ଲାଗିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories