କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦର ପୁରୁଣା ମେଡିକାଲ ଠାରେ ରୋଗ ପାଇଁ ଯୋଗର ଆନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହୋଇଯାଇଛି। ସିଏଚସି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ଏଠାରେ ଯୋଗଗୁରୁ ହୋଇ ଆସିଥିବା ସ୍ଥାନୀୟ ଆଶା ଅଙ୍ଗନବାଡି ଓ କିଛି ସମାଜସେବୀ ବ୍ୟକ୍ତି ବିଶେଷଙ୍କୁ ଆନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ବିଷୟରେ ସୁଚାର ରୂପେ ବୁଝାଇଥିଲେ।
ଯୋଗ କରିବା ଦ୍ୱାରା ଦେହ, ମାନସିକ, ଆଣ୍ଠୁ ଗଣ୍ଠି, ରକ୍ତଚାପ, ସିରାପ୍ରଶିରା, ଶରୀର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସୁସ୍ଥସବଳ ରହିବା ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଦେହ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକ ଓ କେଉଁ ସବୁ ମହତ୍ତ୍ଵ ରହିଛି ସେ ବିଷୟରେ ଯୋଗ ଗୁରୁ ଏହି ଯୋଗ ଦିବସରେ ବୁଝାଇଥିଲେ।



