www.samajalive.in
Sunday, December 14, 2025
15.1 C
Bhubaneswar

ନିଷ୍ଟ ବିଶ୍ୱବିଦ୍ୟାଳୟରେ ଯୋଗ ଦିବସ ପାଳିତ

ଗୋପାଳପୁର: ଗୋଳନ୍ଥରା ସ୍ଥିତ ନିଷ୍ଟ ବିଶ୍ବବିଦ୍ୟାଳୟର ଯୋଗ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଅନୁଷ୍ଠାନର ଛାତ୍ରଛାତ୍ରୀ କାର୍ଯ୍ୟକଳାପ ସଂଯୋଜକ ପ୍ର. ସରୋଜ କୁମାର ପାଢ଼ି ଏବଂ ଏନ୍‌ ସି ସି ୟୁନିଟ୍ ତରଫର ଆଲୋକ ପାତ୍ର, ପବିତ୍ର ଗୌଡ଼ଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କ୍ରୀଡ଼ା ଅଧ୍ୟାପିକା ବାସନ୍ତୀ ପାତ୍ରଙ୍କ ପରାମର୍ଶରେ ଅନୁଷ୍ଠାନରେ ଯୋଗାସନ ଶିକ୍ଷା ଦିଆଯାଇଥିଲା।

ଭାରପ୍ରାପ୍ତ କୁଳସଚିବ ଡ ବିଷ୍ଣୁଙ୍କର ନାୟକ ଯୋଗ ଦେଇ ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ – ଏହା ଜୀବନର ଏକ ପଦ୍ଧତି, ଆନ୍ତରିକ ସୁସ୍ଥତାର ଏକ ବିଜ୍ଞାନ ଏବଂ ଏକ ଶକ୍ତିଶାଳୀ ଅଭ୍ୟାସ ଯାହା ଶରୀର, ମନ ଏବଂ ଆତ୍ମାକୁ ଏକତ୍ର କରେ ବୋଲି ଉଦ୍‌ବୋଧନ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories