www.samajalive.in
Sunday, December 14, 2025
14.1 C
Bhubaneswar

ମାଉସୀ ମଁI ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା

ଲାଞ୍ଜିଗଡ଼: ଲାଞ୍ଜିଗଡ ଠାରେ ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା ସହିତ ନାମଯଜ୍ଞ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶନିବାର ଏଥିପାଇଁ ନିକଟସ୍ଥ ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ମାଉସୀ ମାଁ ମନ୍ଦିର ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇଥିଲେ।

ଆଜି ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବା ବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ ଚନ୍ଦ୍ରଧ୍ଵଜ ପେଶନିଆ ଓ ଧର୍ମପତ୍ନୀ ଶାନ୍ତିଲତା ପେଶନିଆ, ସୁବାସ ଅଗ୍ରୱାଲ ଓ ଧର୍ମପତ୍ନୀ ପିଙ୍କିବାଇ ଅଗ୍ରୱାଲ ଏବଂ ଶରତ ଚନ୍ଦ୍ର ସିଂ ଓ ତାଙ୍କ ଧର୍ମପତ୍ନୀ ସବିତା ସିଂ ଦାୟିତ୍ବ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଭାବେ ଅନନ୍ତ ଚରଣ ରଥ ପୂଜକ ଭାବେ ନିକୁଞ୍ଜ ସତପଥି, ସୁନୀଲ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ସୁଦାମ ରଥ, ଲଷ୍ମୀକାନ୍ତ ପାଣିଗ୍ରାହି, ଗୌରୀ ଶଙ୍କର ରଥ ପ୍ରମୁଖ ପୂଜା କାର୍ଯ୍ୟ ତୁଲାଉଥିଲେ। ପୂଜା କାର୍ଯ୍ୟରେ ଦୀନବନ୍ଧୁ ବାରିକ ସହଯୋଗ କରିଥିଲେ। ଏହି ଅବସରରେ ମନ୍ଦିର ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ସିଂଦେଓ, ସାଧାରଣ ସମ୍ପାଦକ କାମରାଜ ଦଳବେହେରା ଓ କୋଷାଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପେଶନିଆ , ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଲାଞ୍ଜିଗଡ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories