www.samajalive.in
Saturday, December 6, 2025
15.1 C
Bhubaneswar

ଭାବୀ ବୋହୂକୁ ନେଇ ଶ୍ବଶୁର ଚମ୍ପଟ

ରାମପୁର : ଉତ୍ତର ପ୍ରଦେଶର ରାମପୁର ଜିଲାରେ ଜଣେ ବ୍ୟକ୍ତି ପୁଅ ବାହାଘର ଚୂଡାନ୍ତ କରିସାରିଥିଲେ ସୁଦ୍ଧା ବିବାହ ପୂର୍ବରୁ ଭାବୀ ବୋହୂକୁ ନେଇ ଫେରାର ହୋଇଥିବା ଜଣାପଡିଛି। ସକିଲ ନାମକ ଏହି ବ୍ୟକ୍ତି ଶାବାନାଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ୬ ସନ୍ତାନ ଅଛନ୍ତି। ନିକଟରେ ସକିଲ ବଡପୁଅର ବାହାଘର ସ୍ଥିର କରିଥିଲେ। ବଡପୁଅ ନାବାଳକ (୧୫ ବର୍ଷ) ହୋଇଥିବାରୁ ତା’ଠାରୁ ବୟସରେ ବଡ ଝିଅକୁ ବିବାହ କରିବାକୁ ଅରାଜି ହୋଇଥିଲା। ପରିବାର ଲୋକେ ମଧ୍ୟ ଏହାର ପ୍ରତିବାଦ କରିଥିଲେ। ସକିଲ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁଅ ଓ ପତ୍ନୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ସକିଲ ଇତିମଧ୍ୟରେ ଭାବୀ ବୋହୂ ସହ ଫୋନରେ କଥାବାର୍ତ୍ତା ହୋଇ ପ୍ରେମଜାଲରେ ଫସାଇଥିଲେ। ଗତ ବୁଧବାର ସକିଲ ଏହି ଝିଅ ସହ ଫେରାର ହୋଇଥିବା ଜଣାପଡିଛି। ସକିଲ ଘରୁ ଯିବା ସମୟରେ ୨ ଲକ୍ଷ ନଗଦ ଟଙ୍କା ଏବଂ ୧୭ ଗ୍ରାମ ଓଜନର ସୁନା ନେଇ ପଳାଇଛନ୍ତି ବୋଲି ପତ୍ନୀ ଶାବନା ଥାନାରେ ଏତଲା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories