www.samajalive.in
Friday, December 5, 2025
17.1 C
Bhubaneswar

୨୦୨୪ ଲୋକସଭା ନିର୍ବାଚନକୁ ନେଇ ଏଡିଆର ରିପୋର୍ଟ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଏଡିଆର ରିପୋର୍ଟରୁ ପ୍ରକାଶ। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ରିପୋର୍ଟରେ କୁହାଯାଇଛି ଯେ ଲୋକସଭା ନିର୍ବାଚରେ ରାଜନୈତିକ ଦଳଗୁଡିକ ଯେତେ ପରିମାଣର ଅର୍ଥ ବ୍ୟୟ କରିଥିଲେ ତା’ର ୪୪.୫୬% କେବଳ ବିଜେପି ଖର୍ଚ୍ଚ କରିଛି। କଂଗ୍ରେସ ମୋଟ ବ୍ୟୟର ୧୮.୫% ଅର୍ଥ ଖର୍ଚ୍ଚ କରିଛି। ସମସ୍ତ ରାଜନୈତିକ ଦଳ ୩,୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳର ତଥ୍ୟକୁ ଅାଧାର କରି ଶୁକ୍ରବାର ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି। ଜାତୀୟ ରାଜନୈତିକ ଦଳଗୁଡିକ ଏଥିରୁ ୨୨୦୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ମୋଟ ଅର୍ଥର ୬୫.୭୫%। ନିର୍ବାଚନରେ ରା​‌‌ଜନୈତିକ ଦଳଗୁଡିକ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତା’ର ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିୟମ ରହିଛି। ନିୟମ ଅନୁଯାୟୀ ସାଧାରଣ ନିର୍ବାଚନ ଶେଷର ୯୦ ଦିନ ଓ ବିଧାନସଭା ନିର୍ବାଚନ ଶେଷର ୭୫ ଦିନ ମଧ୍ୟରେ ତଥ୍ୟ ଦାଖଲ କରିବା ବାଧ୍ୟତାମୂଳକ। ତେବେ ରାଜନୈତିକ ଦଳଗୁଡିକ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନରେ ଅହେତୁକ ବିଳମ୍ବ କରିଥିବା ଏଡିଆର ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଅାମ୍ ଆଦମୀ ପାର୍ଟି (ଆପ୍) ୧୬୮ଦିନ ବିଳମ୍ବ​‌େ​‌ର ଏହାର ତଥ୍ୟ ପ୍ରଦାନ କରିଛି। ବିଜେପି ୧୫୪ଦିନ ବିଳମ୍ବରେ ଖର୍ଚ୍ଚ ତଥ୍ୟ ଦେଇଛି। ଏହା ସତ୍ତ୍ବେ ୨୧ଟି ଦଳ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ହିସାବ ଏବେ ସୁଦ୍ଧା ପ୍ରଦାନ କରିନାହାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଏନସିପି, ସିପିଆଇ, ଜେଏମଏମ୍ ଓ ଶିବସେନା (ୟୁବିଟି)। ସମସ୍ତ ରାଜନୈତିକ ଦଳ ମୋଟ ଉପରେ ନିର୍ବାଚନ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ବାବଦରେ ୨୦୦୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ମୋଟ ବ୍ୟୟର ୫୩%ରୁ ଅଧିକ। ଏହା ପଛକୁ ରହିଛି ଯାତାୟାତ ଖର୍ଚ୍ଚ ୭୯୫ କୋଟି। ଦଳୀୟ ପ୍ରାର୍ଥୀଙ୍କୁ ୧୩୨ କୋଟି ଟଙ୍କା ବଣ୍ଟନ କରାଯାଇଛି। ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ବାବଦରେ ଗଣମାଧ୍ୟମରେ ହୋଇଥିବା ବିଭିନ୍ନ ପ୍ରକାଶନ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରିପୋର୍ଟ ଅନୁଯାୟୀ ଲୋକସଭା ନିର୍ବାଚନରେ ୬୯୦ଟି ଅସଂଗଠିତ ରାଜନୈତିକ ଦଳ ନିର୍ବାଚନ ଲଢିଥିଲେ। ଏଥିରୁ ଆନ୍ଧ୍ରପ୍ରଦେଶର ସର୍ବାଧିକ ୭୪ଟି ଦଳ ରହିଥିବାବେଳେ ଓଡ଼ିଶାରୁ ୩୫ଟି ଦଳ ରହିଛି। ଜାମ୍ମୁ-କାଶ୍ମୀରର ପିଡିପି ଓ କେରଳର କଂଗ୍ରେସ (ଏମ୍) ନିର୍ବାଚନ ଲଢିଥିବା ସତ୍ତ୍ବେ କୌଣସି ଅର୍ଥ ଖର୍ଚ୍ଚ କରି ନଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ଗତ ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍‌ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories