www.samajalive.in
Sunday, December 14, 2025
19.1 C
Bhubaneswar

ଏହି ରାଶିମାନେ ମା’ଲକ୍ଷ୍ମୀଙ୍କ କୃପାରୁ ନିଶ୍ଚୟ ହୁଅନ୍ତି କୋଟିପତି, ହଠାତ୍‌ ବଦଳେ ଏମାନଙ୍କ ଭାଗ୍ୟ, ଧନ ମାମଲାରେ ଏମାନେ ବେଶ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ବ୍ୟକ୍ତି ବିଶେଷ କମ୍‌ ପରିଶ୍ରମ କରି ମଧ୍ୟ ଅଧିକ ଧନ ରୋଜଗାର କରନ୍ତି । ହଠାତ୍‌ ମା’ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ରହିବା ସହ କୋଟିପତି ହୋଇଥାନ୍ତି । ଭାଗ୍ୟ ଏମାନଙ୍କର ହଠାତ୍‌ ପରିବର୍ତ୍ତନ ହୋଇଥାଏ ।

ଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସେମାନଙ୍କ ରାଶି ଅନୁଯାୟୀ ପରିଚୟ ଦେଇଥାଏ । ଏଭଳି କିଛି ସ୍ୱତନ୍ତ୍ର ରାଶି ବିଷୟରେ ବର୍ଣ୍ଣନା କରାଯାଇଛି ଯେ, ଏମାନେ ଧନ ମାମଲାରେ ଖୁବ୍‌ ଭାଗ୍ୟଶାଳୀ । ଏମାନେ କମ୍‌ ପରିଶ୍ରମ ସହ ଭାଗ୍ୟର ହଠାତ୍‌ ସାଥ୍‌ ମିଳିବା କାରଣରୁ ବେଶ ସଫଳତା ପାଇଥାନ୍ତି । ଜାଣନ୍ତୁ ସେଭଳି କିଛି ରାଶି ବିଷୟରେ ଯେଉଁମାନେ ଧନ ସମ୍ପତ୍ତି ମାମଲାରେ ଅଧିକ ଭାଗ୍ୟଶାଳୀ । ଏମାନେ ଅଧିକ ଧନ ସଞ୍ଚୟ କରନ୍ତି । ଜାଣନ୍ତୁ ଏହି ରାଶି ବିଷୟରେ..

- Advertisement -

ବୃଷ- ଏମାନେ ଗୋଟିଏ ସମୟରେ ବେଶ ଧନୀ ହୁଅନ୍ତି । ଟଙ୍କା ସଞ୍ଚୟ କରନ୍ତି । ଅଧିକ ଧନ ରୋଜଗାର କରନ୍ତି । ଆର୍ଥିକ ସ୍ଥିତିରେ ହଠାତ୍‌ ପରିବର୍ତ୍ତନ ହୋଇଥାଏ । ଗାଡି କିଣିବା ସହ ଘର ମଧ୍ୟ ତିଆରି କରନ୍ତି । ପରିବାରରେ ସମସ୍ତ ଦାୟିତ୍ୱ ମଧ୍ୟ ଗ୍ରହଣ କରନ୍ତି ।

ମିଥୁନ- ଏମାନେ ଟଙ୍କା ନିବେଶ କରି ହଠାତ୍‌ ଧନୀ ହୁଅନ୍ତି । ବ୍ୟବସାୟରେ ମଧ୍ୟ ହଠାତ୍‌ ସଫଳତା ପାଆନ୍ତି । ଆର୍ଥିକ କ୍ଷେତ୍ରରେ ମଜଭୁତ ହୋଇଥାନ୍ତି । ବିଶେଷ କରି ମା’ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟରେ ବଡ ସଫଳତା ପାଇଥାନ୍ତି । ଏମାନଙ୍କ ନିକଟରେ କଦାପି ଧନର ଅଭାବ ହୁଏ ନାହିଁ ।

ସିଂହ- ଏମାନେ ବେଶ ଭାଗ୍ୟଶାଳୀ ଓ ପ୍ରଭାବଶାଳୀ । ନେତୃତ୍ୱ ନେବାର ମଧ୍ୟ କ୍ଷମତା ଥାଏ । ଅନେକ କ୍ଷେତ୍ରରେ ସଫଳତା ହାସଲ କରନ୍ତି । ଭାବିଚିନ୍ତି ଟଙ୍କା ନିବେଶ କରନ୍ତି । ହଠାତ୍‌ ଧନୀ ହୁଅନ୍ତି । ପରିଶ୍ରମ ଓ ଭାଗ୍ୟର ସାଥ୍‌ କାରଣରୁ ଏମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି । ଧନର ସଠିକ୍‌ ମୂଲ୍ୟ ମଧ୍ୟ ଏମାନେ ବୁଝି ଥାନ୍ତି ।

କନ୍ୟା- ଏମାନେ ପରିଶ୍ରମ କରିବା ସହ ହଠାତ୍‌ ଧନୀ ହୁଅନ୍ତି । ଘର, ଗାଡି କିଣନ୍ତି । ପରିବାରକୁ ଖୁସିରେ ରଖନ୍ତି । ନିଜ ଦାୟିତ୍ୱ ପ୍ରତି ଯତ୍ନବାନ୍‌ ହୁଅନ୍ତି । ଆର୍ଥିକ କ୍ଷେତ୍ରରେ ମଜଭୁତ ହୋଇଥାନ୍ତି ।

ମକର- ଧନ ସମ୍ପତ୍ତି ମାମଲାରେ ଏମାନେ ବେଶ ଦାୟିତ୍ୱବାନ୍‌ । ନିଜେ ଅଧିକ ଧନ ଖର୍ଚ୍ଚ କରନ୍ତି ନାହିଁ । ମାତ୍ର ପରିବାର ସଦସ୍ୟଙ୍କ ପାଇଁ ବେଶ ଖର୍ଚ୍ଚ କରନ୍ତି । ଅଦରକାରୀ ଖର୍ଚ୍ଚ କରନ୍ତି ନାହିଁ । ଆର୍ଥିକ କ୍ଷେତ୍ରରେ ମଜଭୁତ ହୋଇଥାନ୍ତି । ଭବିଷ୍ୟତ ପାଇଁ ଏମାନେ ସର୍ବଦା ଚିନ୍ତା କରିବା ସହ ସଞ୍ଚୟ କରି ଥାନ୍ତି ।

ଦେଖନ୍ତୁ ଭିଡିଓ ; ଜାଲରେ ପଡିଲା ‘ଅଜବ ମାଛ’, ଜାପାନ ପରେ ଭାରତରେ ଆଣିବ କି ପ୍ରଳୟ!

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories