www.samajalive.in
Monday, December 15, 2025
15.1 C
Bhubaneswar

ଆଶାକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା, କାର୍ଯ୍ୟାନୁଷ୍ଠାନ ନେଉନି ପୁଲିସ

ଲଡୁଗାଁ : କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳା କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସହ ପୋଲିସ ପ୍ରଶାସନର ଅପାରଗତା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ନିକଟରେ  ବ୍ଲକରେ କାର୍ଯ୍ୟରତ ଜୈନିକ ଆଶା କର୍ମୀଙ୍କୁ ଗତ ୨ ତାରିଖରେ କୋକସରା ସିଏଚସିର ମହିଳା ଶୌଚାଳୟରେ ସିଏଚସିରେ ସ୍ୱିପର ଥିବା ସୁଦର ନାଏକ  କର୍ମଚାରୀଙ୍କ ପୁଅ କୁଶ ନାଏକ (ସାନ) ଜବରଦସ୍ତ ଶୌଚାଳୟରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ପିଡିତା ଆଶାକର୍ମୀ ଗତ ୪ ତାରିଖରେ କୋକସରା ଥାନାରେ ଅଭିଯୋଗ କଲେ । ଅଭିଯୋଗକୁ ଆଜି ୧୨ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ଅସମର୍ଥ ହୋଇଛି  । ଯାହାକୁ ତୀବ୍ର ବିରୋଧ କରିଛି ରାଜ୍ୟ ଆଶା କର୍ମୀ ସାମୁଖ୍ୟ । ଆଗରୁ ଜୁନ୍ ୧୩ ତାରିଖରେ ପୁଣିଥରେ  ଘଟଣା ବିଷୟରେ କୋକସରା ଆଶାକର୍ମୀ ସଙ୍ଘ ସାମୁହିକ ଯାଇଥିଲେ ହେଁ ସଙ୍ଘ କଥାକୁ ମଧ୍ୟ କୋକସରା ଥାନା ଅଧିକାରୀ ଏଡାଇ ଦେଇଥିବା ଘଟଣା ଏବେ ଆନ୍ଦୋଳନର ରୂପ ଧାରଣ କରିଛି । ତେବେ ସୋମବାର ଆଶା ସାମୁଖ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ପଙ୍କଜିନୀ ନାୟକଙ୍କ ନେତୃତ୍ବରେ ଆଶାକର୍ମୀ ସମୂହ କୋକସରା  ଥାନା ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନ୍ୟାୟ ଦାବି   କରିଥିଲେ  । ଏଥିସହ ଥାନା ଆଇଆଇସି ନିଜେ ଜଣେ ମହିଳା ଥାନା ଅଧିକାରୀ ହୋଇ ଜଣେ ପିଡିତା ମହିଳାଙ୍କୁ ନ୍ୟାୟ ପ୍ରଦାନରେ ଟାଳଟୁଳ ନୀତିକୁ  ବିରୋଧ  କରିଛନ୍ତି । ତେବେ ଅଭିଯୋଗର ୧୨ ଦିନ ପରେ ମଧ୍ୟ ଥାନା ଅଧିକାରିଣୀ ସ୍ନିଗ୍ଧାରାଣି ସୁନା ଆଜି ପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକକୁ ଗିରଫ କରିବାରେ ଅସମର୍ଥ ହୋଇଥିବା ବେଳେ ଆଶା କର୍ମି ଓ ସଙ୍ଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଜିଲ୍ଲା ଆଶାକର୍ମୀ ସଙ୍ଘର ସଭାନେତ୍ରୀ ଓ ସେଚ୍ଛାସେବୀ ସଙ୍ଗଠନ ଭାରତୀୟ ମାନବ ଅଧିକାର କାଉନ୍ସିଲ ପକ୍ଷରୁ କୋକସରା ସିଏଚସି ଇନଚାର୍ଜ ଡ଼. ତତ୍ୱଦର୍ଶୀ ଦାସ ଙ୍କୁ ଭେଟି ଆଶାକର୍ମୀଙ୍କ ସୁରକ୍ଷା ପାଇଁ ଦାବି କରିବା ସହ ଡାକ୍ତରଖାନା ମଧ୍ୟରେ ଏମିତି ମହିଳାଙ୍କୁ ଅସଦାଚରଣ ଘଟଣାକୁ ନିନ୍ଦା କରିଥିଲେ।  ସିକ୍ୟୁରିଟି ଗାର୍ଡ ମୁତୟନ ଥିବା ସତ୍ତ୍ବେ ଡାକ୍ତରଖାନା ମଧ୍ୟରେ ଅସାମାଜିକ ଯୁବକ ଅବାଧ ପ୍ରବେଶ ଓ ଜଣେ କାର୍ଯ୍ୟରତ ଆଶାକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ  ଘଟଣା ସମ୍ପର୍କରେ ଅବଗତ ଥାଇ ସିଏଚସି ଇନଚାର୍ଜ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ କାହିଁକି ପଦକ୍ଷେପ ନେଉ ନାହାଁନ୍ତି । କାହିଁକି ସ୍ଵାସ୍ଥ୍ୟ କେନ୍ଦ୍ର ସିସିଟିଭି ଅଚଳ ହୋଇ ପଡ଼ିଛି ବୋଲି ପ୍ରଶ୍ନ କରିଛନ୍ତି କର୍ମୀ ସମୂହ ।  ଜିଲ୍ଲା ଆଶା ସଙ୍ଘ ସଭାନେତ୍ରୀ ସୂର୍ଯ୍ୟକାନ୍ତି ନାଏକ ସହ ଭାରତୀୟ ମାନବ ଅଧିକାର କାଉନ୍ସିଲର ରାଜ୍ୟ ସଭାପତି ମହମ୍ମଦ ମୁସ୍ତଫା, ଜିଲ୍ଲା ସଭାପତି ଅନୀଲ କୁମାର ସାହୁ, ଧବଳେଶ୍ବର ପାନ, ବ୍ଲକ ଆଶା ସଙ୍ଘର କର୍ମକର୍ତ୍ତା ପ୍ରମୁଖ ସିଏଚସି ଇନଚାର୍ଜ ଡ଼. ଦାସ ଓ ଆଇଆଇସି ଅନୁପସ୍ଥିତରେ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀକୁ ଭେଟି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି । ପୋଲିସ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଅସନ୍ତୁଷ୍ଟ ହୋଇ ଶେଷରେ  ନ୍ୟାୟ ପାଇବା ଦାବିରେ କଳାହାଣ୍ଡି ଏସ.ପି ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯିବ ପ୍ରତିକ୍ରିୟା ପ୍ରକାଶ ପାଇଛି  । ଏଥିରେ ଯଦି କୌଣସି  କାର୍ଯାନୁଷ୍ଠାନ ନିଆ ନ ଯାଏ ତେବେ ଆଗକୁ ନାରୀ ସୁରକ୍ଷା ନେଇ  ରାଜ୍ୟ ଆଶାକର୍ମୀ ସାମୁଖ୍ୟ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories