www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତା ମଝିରେ ଅଟକିଲା ଧାନ ବୋଝେଇ ଟ୍ରକ, ଯାତାୟତ ବାଧା ପ୍ରାପ୍ତ

କଲମପୁର : ସୋମବାର କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତାର ତେନ୍ତୁଳିଖୁଣ୍ଡି ଗ୍ରାମ ନିକଟରେ ପଟ୍ଟା ଭାଙ୍ଗି ଯିବା ଯୋଗୁଁ ଏକ ଧାନ ବୋଝେଇ ଟ୍ରକ ରାସ୍ତା ମଝିରେ ଅଟକିଯିବା କାରଣରୁ ଏହି ରାସ୍ତା ଦେଇ ଯାତାୟତ ବାଧା ପ୍ରାପ୍ତ ହୋଇଛି । ଓ.ଆର ୦୯କେ ୪୫୧୬ ନମ୍ବର ବିଶିଷ୍ଟ ଟ୍ରକରେ ବନ୍ଧକନା ଧାନ ମଣ୍ଡିରେ ଧାନ ବୋଝେଇ କରି ଧାନ ମିଲକୁ ନିଆଯାଉଥିଲା । ଏହି ଟ୍ରକଟି ତେନ୍ତୁଳିଖୁଣ୍ଟି ନିକଟରେ ରାସ୍ତା ମଝିରେ ଅଟକି ଯିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଧାନ ବୋଝେଇ ହେଇଥିବା ଏବଂ ଧାନ ବୋଝେଇ କରିବାକୁ ଯାଉଥିବା ବହୁ ଟ୍ରକ ସମେତ ଯାତ୍ରୀ ବାହୀ ବସ୍ ସବୁ ଅଟକି ରହିଛି । ଯେଉଁଥିପାଇଁ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ  ହଇରାଣ ହରକତ ହୋଇଥିଲେ ।  ଟ୍ରକକୁ ବାହାର କରିବା ପର୍ଯ୍ୟନ୍ତ ଲୋକେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅପେକ୍ଷା କରି ରହିଥିଲେ । ପରବର୍ତ୍ତୀ ସମୟରେ ଏକ ଜେସିପି ସହାୟତାରେ ଟ୍ରକକୁ ରାସ୍ତାକଡକୁ ହଟାଇବା ପରେ ଯାତାୟତ ସ୍ୱଭାବିକ ହେଇଥିଲା ।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories