www.samajalive.in
Sunday, December 14, 2025
23.1 C
Bhubaneswar

ମନରେଗାରେ ଅନିୟମିତତା ଧରାପଡିଲା

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତର ପଡିଆପଶି ଗ୍ରାମରେ ମନରେଗା ଯୋଜନାରେ ଅନିୟମିତତା ଧରାପଡିଛି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଘଟଣାର ଯାଞ୍ଚ କରିବାକୁ ମନରେଗା ଲୋକପାଳଙ୍କୁ ଚିଠି କରିଥିଲେ । ମନରେଗା ଲୋକପାଳ ବୃଷଭ ଚନ୍ଦ୍ର ନାୟକ କ୍ଷେତ୍ର ପରିଦର୍ଶନ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ପଡିଆପଶି କାଜୁ ଜଙ୍ଗଲଠାରୁ ଡଙ୍ଗାଘାଟ ପର୍ଯ୍ୟନ୍ତ ଏକ ରାସ୍ତା କାମ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଇଥିଲା । ମନରେଗା କୋର୍ଡ ନମ୍ବର ୨୪୦୩୦୦୫୦୧୦/ଆରସି/୧୦୩୮୮୭୧୦ ରେ ମୋଟ ୯ ଲକ୍ଷ ୩୦ ହଜାର ୧୮୩ ଟଙ୍କା ଖର୍ଚ୍ଚ ହୋଇଥିଲା । ମ୍ୟାଟେରିଆଲ ବାବଦରେ ୪ଲକ୍ଷ ୧୮ ହଜାର ୧୨୪ ଟଙ୍କା ଏବଂ ଶ୍ରମିକ ମଜୁରୀ ବାବଦ ୪ ଲକ୍ଷ ୮୯ ହଜାର ୨୮୦ ଟଙ୍କା ପ୍ରଦାନ କରାଯାଇଥିଲା ।

ଏହି ରାସ୍ତାକୁ ଜନସାଧାରଣ ବ୍ୟବହାର କରୁନଥିବାବେଳେ ରାସ୍ତାଟି ଗମନାଗମନ ଉପଯୋଗୀ ଥିଲା । ଏବେ ଏହି ରାସ୍ତାକୁ ପୁଣି ମନରେଗା ଯୋଜନାରେ କରିବା ପାଇଁ ଏକ ସୂଚନା ଫଳକ ଲାଗିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତଦନ୍ତ ବେଳେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ପୁଣି ଉକ୍ତ ରାସ୍ତାକୁ ନିର୍ମାଣ ପାଇଁ ୮ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା ଏବଂ ଉକ୍ତ କାମକୁ ୨୦୨୫ ମସିହା ଏପ୍ରିଲ ମାସରେ ସୂଚନା ଫଳକରେ ଲେଖାଯାଇଥିଲା । ରାସ୍ତାଟି ଲୋକଙ୍କ କାମରେ ଲାଗୁ ନଥିବାବେଳେ ମନ୍ଦ ଉଦ୍ଦେଶ୍ୟ ରଖି ଭଲ ରାସ୍ତାରେ ପୁଣି ରାସ୍ତା କାମ ପାଇଁ ଯୋଜନା କରାଯାଇଥିଲା । ଉକ୍ତ ରାସ୍ତା ଉପରେ ପୂର୍ବରୁ କଲର୍ଭଟ ଏବଂ ଗାର୍ଡୱାଲ ଥିବାବେଳେ ପୁଣି ଆଉ ଥରେ କରିବା ପାଇଁ ମନରେଗାରେ ମଞ୍ଜୁର ହୋଇଥିଲା । ମନରେଗା ଅର୍ଥ ଲୁଟ ଉଦ୍ଦେଶ୍ୟରେ ଏହା କରାଯାଇଥିବା ସ୍ପଷ୍ଟ ହେବା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । କାମ ଏଷ୍ଟିମେଟ ହେବା ପୂର୍ବରୁ ଉକ୍ତ ପଞ୍ଚାୟତର ଦାୟିତ୍ୱରେ ଥିବା ପୂର୍ବତନ କନିଷ୍ଠ ଯନ୍ତ୍ରୀ ,ପିଇଓ ,ଏଡିଇଓ କିପରି କ୍ଷେତ୍ର ପରିଦର୍ଶନ ନକରି ରାସ୍ତା କାମ ପାଇଁ ଆବଶ୍ୟକତା ରହିଛି ବୋଲି ବିଡିଓ ଙ୍କୁ ଜଣାଇଥିଲେ ବୋଲି ସୂଚନା ମିଳିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories