www.samajalive.in
Sunday, December 7, 2025
26.1 C
Bhubaneswar

ଚିଦାମ୍ବରମ୍‍ ଏବଂ ତାଙ୍କ ପୁଅକୁ ମାର୍ଚ୍ଚ ୮ ଯାଏଁ ମହଲତ

ନୂଆଦିଲ୍ଲୀ: ଏୟାରସେଲ୍‍ ମାକ୍‍ସିସ୍‍ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‍ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କୁ ମାର୍ଚ୍ଚ ମାସ ୮ ତାରିଖ ପର୍ୟ୍ୟନ୍ତ ଗିରଫ ନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ମିଆଦ ବୃଦ୍ଧି କରିଛନ୍ତି। ପୂର୍ବରୁ କୋର୍ଟ ପକ୍ଷରୁ ଏହି ସୁରକ୍ଷା ଫେବୃଆରୀ ୧୮ ପର୍ଯ୍ୟନ୍ତ ଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମ୍‍ଙ୍କୁ ହାଜତକୁ ନେଇ ଜେରା କରିବା ପାଇଁ ଚାହିଁଥିଲା। ଶ୍ରୀ ଚିଦାମ୍ବରମ୍‍ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା। ଅନ୍ୟ ପକ୍ଷରେ କାର୍ତ୍ତି ଚିଦାମ୍ବରମ୍‍ଙ୍କୁ ମାର୍ଚ୍ଚ ମାସ ୫, ୬, ୭ ଓ ୧୨ ତାରିଖ ଦିନ ହାଜର ହେବା ପାଇଁ କୁହାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories