www.samajalive.in
Monday, December 15, 2025
14.1 C
Bhubaneswar

ସବୁ ଭଲ ତ!

ସାମାନ୍ୟ ପରିଚୟ ଥିଲେ ବି ବାଟରେ ଘାଟରେ କେଉଁଠି ଅକସ୍ମାତ୍‌‌ ସାକ୍ଷାତ ହେଲେ ପରସ୍ପରକୁ ପଚାରିଥାନ୍ତି ସେଇ ଗୋଟିଏ ପ୍ରଶ୍ନ- ସବୁ ଭଲ ତ! ପ୍ରଶ୍ନଟି ଭିତରେ ଥାଏ ଅନେକ କଥା। ବହୁଦିନ ପରେ ସାକ୍ଷାତରେ ସ୍ମିତହାସ୍ୟଟିଏ ସହିତ ଏଇ ପ୍ରଶ୍ନଟିରେ ଆରମ୍ଭ ହୁଏ ଦୁଇ ପରିଚିତଙ୍କର ପୁନଃସଂଯୋଗ ଓ ସମ୍ଭାଷଣ। ଅର୍ଥାତ୍‌‌ ଦୁହେଁ ଚାହିଁଲେ ଏଇଠୁ କଥାକୁ ଅନେକ ଦୂରଯାଏ ନେଇପାରିବେ। ଏଇ ତିନିଟି ଶବ୍ଦରେ ସମ୍ବେଦନଶୀଳତାର ଶେଷସୀମା ସ୍ପର୍ଶ କରିହୁଏ ଯେମିତି। ବନ୍ଧୁ! ତୁମ ସୁଖରେ ମୁଁ ସୁଖୀ, ତୁମ ଦୁଃଖରେ ଦୁଃଖୀ ବୋଲି ଜାଣିଥାଅ। ଦୁଃଖବେଳେ ତୁମ ପାଖରେ ପହଞ୍ଚି ପାରିଲିନି ବୋଲି ଦୁଃଖ କରନି। ସୁଖବେଳେ ତୁମ ପାଖରେ ପହଞ୍ଚି ତୁମ ସୁଖକୁ ଦ୍ୱିଗୁଣିତ କରିପାରିଥାନ୍ତି। କ୍ଷମା କରିଦିଅ। ଏଇ ତିନିଟି ଶବ୍ଦରେ ଯେମିତି ରହିଛି ବିଶ୍ୱବାସୀଙ୍କୁ କୁଶଳରେ ରଖିବାପାଇଁ ପ୍ରାର୍ଥନା ମନ୍ତ୍ର- ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍‌‌ ଦୁଃଖଭାଗ୍‌‌ ଭବେତ୍‌‌। ଆମେ ଜାଣୁ ଜୀବନ କେବେହେଲେ କେବଳ ସୁଖରେ କିମ୍ବା ଦୁଃଖରେ କଟେ ନାହିଁ। ସୁଖ ଓ ଦୁଃଖ ମିଶାମିଶି ଆମର ଏ ଜୀବନ। କେତେକଙ୍କ ମତରେ ଜୀବନରେ ଯେତିକି ସୁଖ, ଠିକ୍‌‌ ସେତିକି ହିଁ ଦୁଃଖ ମିଳିଥାଏ। ସଂସାରରେ କେତେଲୋକ ଜୀବନରେ ଅଭାବ, ଅସୁବିଧା ଭୋଗ କରୁଥିଲେ ମଧ୍ୟ ସେସବୁ ପ୍ରତି ଧ୍ୟାନ ନ ଦେଇ ପରମ ସନ୍ତୋଷରେ ଜୀବନ ବିତାଇ ଦିଅନ୍ତି। ପୁଣି କେତେକ ସମସ୍ତ ଭାବ ଭିତରେ ଥାଇ ମଧ୍ୟ ଅନ୍ୟ କେତେକ କାରଣରୁ ଅଯଥା ଦୁଃଖ ଓ ଅଶାନ୍ତିକୁ ଯେମିତି ଡାକି ଆଣନ୍ତି। ଅଭାବ ଅସୁବିଧା ଭିତରେ ମଧ୍ୟ ମୋଟାମୋଟି ଦେଖିବାକୁ ଗଲେ ଦୁଃଖ ଓ ସୁଖ ଏହି ଦୁଇଟି ଜୀବନଯାପନ କ୍ଷେତ୍ରରେ ଆପେକ୍ଷିକ ଭୂମିକା ଗ୍ରହଣ କରିଥାଏ।

ପୌରାଣିକ କାହାଣୀ ଅନୁଯାୟୀ ଭଗବାନ ସ୍ୱୟଂ ଅବତାର ଗ୍ରହଣ କରି ମଧ୍ୟ ଦୁଃଖ ଶୋକରୁ ପରିତ୍ରାଣ ପାଇପାରି ନାହାନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମ କଂସର ବନ୍ଦୀଗୃହରେ। କିଛି ଅପରାଧ ନ ଥାଇ ମଧ୍ୟ ଦୀର୍ଘସମୟ ଧରି ତାଙ୍କର ପିତାମାତାଙ୍କୁ ବନ୍ଦୀଗୃହରେ ଜୀବନ କଟାଇବାକୁ ପଡ଼ିଲା। ପୁଣି ଶିଶୁ ଅବସ୍ଥାରେ ତାଙ୍କୁ ନାଶ କରିବା ନିମିତ୍ତ କେତେ ଷଡ଼ଯନ୍ତ୍ର ଓ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଲା। ଭଗବାନ ଶ୍ରୀକୃଷ୍ଣ ଚାହିଁଥିଲେ କ’ଣ ତାଙ୍କର ପିତାମାତାଙ୍କୁ ବନ୍ଦୀଗୃହରୁ ଯଥେଷ୍ଟ ପୂର୍ବରୁ ମୁକ୍ତ କରିପାରି ନଥାନ୍ତେ? ନା, ସେମିତି ହୁଏନାହିଁ। ସୁଖ ସହିତ ଦୁଃଖ ଆସେ ଜୀବନରେ, କୃତକର୍ମ ଫଳର ରୂପ ନେଇ। ଆମେ ଜାଣୁ ସବୁ। ଆମେ ଜାଣୁ ଯେ ବନ୍ଧୁଙ୍କ ସହିତ ଗତଥରଠାରୁ ଆଜିର ଏ ସାକ୍ଷାତ ହେବା ସମୟ ମଧ୍ୟରେ ହୁଏତ ବନ୍ଧୁ ଅନେକ ସୁଖ ଓ ଦୁଃଖକୁ ସାମ୍ନା କରି ସାରିଥିବେ। ମନ୍ଦ କଥା ସବୁକୁ ପଛକୁ ରଖି ଆମେ ପଚାରିବସୁ- ସବୁ ଭଲ ତ! ହୁଏତ ସେହି ପ୍ରଶ୍ନରେ ଗୋଟିଏ ସାନ୍ତ୍ୱନାମୂଳକ ଆବେଦନ ଥାଏ ବନ୍ଧୁଙ୍କ ପାଇଁ। ବନ୍ଧୁ! ଯାହା କିଛି ମନ୍ଦ ଘଟିଯାଇଛି, ସେ ସବୁକୁ ମନେ ପକାଅ ନାହିଁ। କେବଳ ଭଲଗୁଡିକୁ ମନେରଖି ଜୀବନପଥରେ ଅଗ୍ରସର ହୁଅ। ଜୀବନ ମଧୁମୟ ହୋଇଉଠିବ। ମନ୍ଦଗୁଡ଼ିକୁ ମନେରଖି ବିଶ୍ଲେଷଣ କଲେ କେବଳ ଦୁଃଖ ହିଁ ପାଇବ ସିନା, ତହିଁରୁ କିଛି ଲାଭ ମିଳିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ।

- Advertisement -

କେବଳ ଭଲ ଚାହିଁଲେ ଯେ ଭଲ ହେବ, ସେପରି ତ କିଛି କଥା ନାହିଁ। ସେମିତି ବି ହୁଏନାହିଁ। ତାହେଲେ ମନ୍ଦ ବୋଲି ଭଗବାନ ଯେ ପଦାର୍ଥଟିଏ ଗଢ଼ିଛନ୍ତି, ତାହା ଯିବ କୁଆଡ଼େ? ତାର ତ ପୁଣି ଏଇ ସଂସାରରେ କେଉଁଠି ନା କେଉଁଠି ସ୍ଥାନ ରହିଛି। ଅନ୍ଧାରି ବିଜେ ସମୟରେ ରାଜା ପରୀକ୍ଷିତ ଦେଖିଲେ ଗୋଟିଏ ବିଚିତ୍ର ଦୃଶ୍ୟ। ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥିବା ଏକ ବୃଷଭକୁ ଜଣେ ଦୀର୍ଘ କୃଷ୍ଣକାୟ ଏବଂ ଭୟଙ୍କର ଲୋକ ପ୍ରହାର କରିଚାଲିଛି। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ବୃଷଭଟି। ନିକଟରେ ଦଣ୍ଡାୟମାନା କ୍ରନ୍ଦନରତା ଧେନୁ। ଦୟାର୍ଦ୍ର ହୃଦୟ ରାଜା ପରୀକ୍ଷିତ ପାଖକୁ ଯାଇ ସେହି କୃଷ୍ଣକାୟ ବ୍ୟକ୍ତିଙ୍କୁ ପଚାରିଲେ- ତୁମେ କିଏ? ଏହି ବୃଷଭକୁ ଏପରି କଷ୍ଟ ଦେଉଛ କାହିଁକି? ଏହି ବୃଷଭର ଅନ୍ୟ ତିନିଟି ପାଦ ଗଲା କୁଆଡ଼େ? କୃଷ୍ଣକାୟ କହିଲା-“ମହାରାଜ! ମୁଁ କଳି। ପରମପୁରୁଷ ଶ୍ରୀକୃଷ୍ଣଙ୍କର ସ୍ୱସ୍ଥାନ ପ୍ରତ୍ୟାଗମନ ତଥା ସମ୍ରାଟ ଯୁଧିଷ୍ଠିରଙ୍କ ରାଜ୍ୟଶାସନ ଶେଷହେବା ସଙ୍ଗେସଙ୍ଗେ ଦ୍ୱାପରଯୁଗର ଶେଷ ହୋଇଛି ଏବଂ ବର୍ତ୍ତମାନ ମୋର ସମୟ ‘କଳିଯୁଗ’ ଆରମ୍ଭ ହୋଇସାରିଛି। ବୃଷଭ କହିଲା, ମହାରାଜ! ମୁଁ ଧର୍ମ। ସତ୍ୟଯୁଗରେ ମୋର ଚାରିଗୋଟି ପାଦ ଥିଲା। ମୁଁ ସ୍ୱଚ୍ଛନ୍ଦରେ ଚତୁର୍ଦ୍ଦିଗରେ ବିହାର କରୁଥିଲି। ସତ୍ୟ, ତ୍ରେତୟା ଏବଂ ଦ୍ୱାପର ଯୁଗର ଶେଷରେ ମୋର ଗୋଟିଏ ଲେଖାଏଁ ପାଦ କ୍ଷୟ ହୋଇଥିବାରୁ ବର୍ତ୍ତମାନ ମୋର ପାଦର ସଂଖ୍ୟା ମାତ୍ର ଗୋଟିଏ। ତଥାପି କଳି ମୋ ଉପରେ ଅତ୍ୟାଚାର କରିଚାଲିଛି। ଏହି ଧେନୁ ହେଉଛନ୍ତି ମାତା ଧରଣୀ। ମୋର କଷ୍ଟ ତାଙ୍କ ପାଇଁ ଅସହ୍ୟ ହେଉଥିବାରୁ ସେ ନୀରବରେ ଅଶ୍ରୁମୋଚନ କରୁଛନ୍ତି। ଏସବୁ ଦେଖି ରାଜା ପରୀକ୍ଷିତ କ୍ରୋଧରେ କଳିକୁ ତାଙ୍କ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ଆଦେଶ ଦେଲେ। ରାଜାଜ୍ଞା ପ୍ରାପ୍ତ ହେବାପରେ ରାଜାଙ୍କୁ କଳି ନମ୍ରତାର ସହିତ କହିଲା, “ମହାରାଜ! ସସାଗରା ଧରା ତ ଆପଣଙ୍କର ସାମ୍ରାଜ୍ୟ। ଏଠାରୁ ବାହାରିଯିବି ତ ରହିବି କେଉଁଠି? ଈଶ୍ୱର ମୋତେ ସୃଷ୍ଟି କରିଛନ୍ତି ଯେତେବେଳେ ମୋର ରହିବାପାଇଁ ସ୍ଥାନଟିଏ ତ ଆବଶ୍ୟକ।” ରାଜା ଚିନ୍ତାକରି ତାଙ୍କ ରାଜ୍ୟରେ ମାତ୍ର ଚାରିଗୋଟି ସ୍ଥାନରେ ତାକୁ ରହିବାକୁ ଆଦେଶ ଦେଲେ। ସେହିପରି ‘ମନ୍ଦ’ର ରହିବା ସ୍ଥାନ ନ୍ୟାୟର ସହିତ ଧାର୍ଯ୍ୟ କରିଦେଇଛନ୍ତି ଈଶ୍ୱର। ପ୍ରାଣୀକୁ ନି​‌େ​‌ଜ କରିଥିବା କର୍ମର ଯେଉଁ ଫଳ ମିଳେ, ତାହା ଭଲ ଓ ମନ୍ଦ ଉଭୟ ପ୍ରକାର ହୋଇଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories